csstore

ଛତ୍ରପୁର ମହୋତ୍ସବ ତଥା ପଲ୍ଲୀଶ୍ରୀ ମେଳା-୨୦୨୪ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମ ପରିସରରେ ତିନିଦିନିଆ ଛତ୍ରପୁର ମହୋତ୍ସବ ତଥା ପଲ୍ଲୀଶ୍ରୀ ମେଳା-୨୦୨୪ ରବିବାର ସନ୍ଧ୍ୟାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଲୋକକଳା ମହୋତ୍ସବ ସହ ମିଶନଶକ୍ତି ମାଆମାନଙ୍କ ସଂଗଠିତ ଓରମାସ ସୌଜନ୍ୟରେ ପଲ୍ଲୀଶ୍ରୀ ମେଳାର ପସରା ମେଳିଛି । ଉଦ୍‌ଘାଟନୀ ଦିବସରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତିଭାସନ୍ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇଥିଲେ । ମେଳା ମହୋତ୍ସବ କାର୍ଯ୍ୟକ୍ରମରେ ଜନଗହଳିରେ ଅଗଣିତ ଲୋକଙ୍କ ସମାବେଶ ହୋଇଥିଲା । ଆଞ୍ଚଳିକ ଲୋକକଳା, ଲୋକନୃତ୍ୟ ମଧ୍ୟରେ ନରେନ୍ଦ୍ରପୁର ବଡ଼ କୁଶସ୍ଥଳିର ଯୋଡ଼ିଶଙ୍ଖ ନୃତ୍ୟ, କାଠପାଦ ନୃତ୍ୟ ପ୍ରଗତିକଳା କେନ୍ଦ୍ର ପକ୍ଷରୁ ସୁଧାଂଶୁ ଶତପଥୀଙ୍କ ନିର୍ଦ୍ଦେଶନାରେ ଛତ୍ରପୁର କଳା ବିକାଶ କେନ୍ଦ୍ର ପକ୍ଷରୁ ଅଳକା ସାହୁଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ଦଳ, ନିୟୁଟାଲେଣ୍ଟ ଡେନ୍‌ସ୍ ସ୍କୁଲ ପକ୍ଷରୁ ସମ୍ବଲପୁରୀ ଆଦି ପରିବେଷଣରେ ମଞ୍ଚ ଦୁଲକିଥିଲା । ପ୍ରଥମ ଦିବସର ମୁଖ୍ୟ ଆକର୍ଷଣ ଥିଲା ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଓ ସାଥୀଙ୍କ ସଙ୍ଗୀତ ଆସରରେ ଦର୍ଶକ ଝୁମି ଯାଇଥିଲେ । ସେହିପରି ସୋମବାର ସନ୍ଧ୍ୟାରେ ମଧ୍ୟ ଏହି ମେଗା କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଅଗଣିତ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖାଦେଇଛି ।

jayashree
Leave A Reply

Your email address will not be published.