pakka

ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଶୀତବସ୍ତ୍ର ବଣ୍ଟନ

bbehera

ଭବାନୀପାଟଣା, (କେପିଏନ୍‌ଏସ୍‌) : ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିର୍ଦ୍ଦେଶକ ସୁବ୍ରତ କୁମାର ତ୍ରପାଠୀଙ୍କ ତତ୍ୱାବଧାନରେ ଥୁଆମୂଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ମେଲଘରା ଓ ରୁପେଲ ଗାଁରେ ଶୀତବସ୍ତ୍ର, ଶାଢ଼ୀ, ଛୋଟ ଛୁଆମାନଙ୍କ ପାଇଁ ସାର୍ଟ, ପ୍ୟାଣ୍ଟ ସବୁ ବଣ୍ଟନ କରାଯାଇଛି । ବର୍ତ୍ତମାନ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି । ଅତ୍ୟନ୍ତ ଶୀତ ଯୋଗୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ସେଠାରେ ବସବାସ କରୁଥିବା କୁନିକୁନି ଛୁଆମାନଙ୍କୁ ସାର୍ଟପେଣ୍ଟ, ଝିଅମାନଙ୍କୁ ଫ୍ରକ୍‌, ସ୍ୱେଟର, ମହିଳାମାନଙ୍କୁ ଶାଢ଼ୀ ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରାୟ ଦୁଇଶହରୁ ଅଧିକ ଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ଅଞ୍ଚଳର ମେଲଘରା ଓ ରୁପେଲ ଗାଁର ଲୋକେ ମଧ୍ୟ ଖୁସିରେ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ପ୍ରୋଗ୍ରାମ ଅଫିସର ଗଙ୍ଗାଧର ନାଏକ ଏବଂ ଫିଲ୍ଡ ଆସିଷ୍ଟାଣ୍ଟ କ୍ଷୀରମଣୀ କୁମାର, ସମାଜସେବୀ ଯଶୋବନ୍ତ ରଣା, ଶମ୍ଭୁ ବିଶି ଓ ସନତ ସାହୁ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିବା ବେଳେ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ଦାନ ମାଝୀ ପୂର୍ଣ୍ଣ ସହଯୋଗ କରିବା ସହ ବସ୍ତ୍ର ବଣ୍ଟନର ଶୁଭାରମ୍ଭ କରିଥିଲେ ।

jay balangir
Leave A Reply

Your email address will not be published.

19 + 20 =