jayashree

କୁଡାସିଂହାରେ ବନ ମହୋତ୍ସବ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ଅବସର ପ୍ରାପ୍ତ ବନ କର୍ମଚାରୀ ସଂଘ ବଲାଙ୍ଗିର ଏବଂ ସାର୍ବଜନୀନ ସାଂସ୍କୃତିକ କଳା ପରିଷଦ କୁଡାସିଂହାର ମିଳିତ ଉଦ୍ୟମରେ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଅବସର ପ୍ରାପ୍ତ ବନ କର୍ମଚାରୀ ସଂଘ ସଭାପତି ବିଜୟ ଖୁଣ୍ଟିଆ, ସାର୍ବଜନୀନ କଳା ପରିଷଦ କୁଡାସିଂହା ସଭାପତି ହରେକୃଷ୍ଣ ସାହୁଙ୍କ ତତ୍ତ୍ୱାବଧାନରେ ବୃକ୍ଷରୋପଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରୁଦ୍ର ରଞ୍ଜନ ତ୍ରିପାଠୀ, ବିରଞ୍ଚି ମିଶ୍ର, ରଘୁନାଥ ପାଢ଼ୀ, ବାସୁଦେବ ନାଥ, ରସରାଜ ସା ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସାର୍ବଜନୀନ ସାଂସ୍କୃତିକ କଳା ପରିଷଦର ବିରଞ୍ଚି ପଧାନ, ରାଧେଶ୍ୟାମ ପଥାଲ, ଶିବ ଦାସ, ଶିଶୁପାଳ ସାହୁ, ଭକ୍ତବନ୍ଧୁ ସାହୁ, ରମେଶ ସାହୁ ଉପସ୍ଥିତ ଥିଲେ । ଉମାଶଙ୍କର ସବୁଜ ଦୁନିଆର ଜିଲ୍ଲା ଅଧିକାରୀ ପୁରୁଷୋତ୍ତମ ଦାସ, ଜ୍ୟୋତି ତପୋବନ ଶିକ୍ଷା ମନ୍ଦିର ବିଦ୍ୟାଳୟର ମାର୍ଗଦର୍ଶକ ଇନ୍ଦ୍ରମଣି ଅତବୁଦ୍ଧିଙ୍କ ସହ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଫକୀର ସାହୁ, ରଞ୍ଜୁପ୍ରଭା ମିଶ୍ର, ବାଗଦଳ ପୁଟେଲ, ଗୁରୁଜୀ ଗୁରୁମା ଏବଂ ସ୍କାଉଟ ଗାଇଡ଼ର ଶିଶୁ ଭାଇ, ଭଉଣୀ ଏବଂ ଅନ୍ୟ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.