jsm

ଜନ ସେବକ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ଓ ସୋମନାଥ ମିଶ୍ର ସ୍ମୃତି କମିଟି ତରଫରୁ ଜନ ସେବକ ସୋମନାଥ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ସଭାପତି ମଦନ ମୋହନ ରଥଙ୍କ ଅଧ୍ୟକ୍ଷତାରେ ଚୁଡାପାଲି ନିକଟସ୍ଥ ବାଂଧନଭାଡି ଗ୍ରାମରେ ପାଳିତ ହୋଇଯାଇଛି । ନିଃସ୍ୱାର୍ଥପର ଜନସେବକ ସମାଜକୁ ଦିଗ ଦର୍ଶନ ଦେଇ ସମାଜର ଉତ୍‌ଥାନ କରିଥାନ୍ତି ଏବଂ ଏପରି ଆଦର୍ଶ ଓ ନିଷ୍ଠାପର ବ୍ୟକ୍ତି କେବେ ମରି ପାରନ୍ତି ନାହିଁ ବୋଲି ମଂଚାସିନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ପାର୍ବଣରେ ବାଲ ସାହିତ୍ୟ ପୁରସ୍କାରପ୍ରାପ୍ତ ଡ. ଯୁଗଳ କିଶୋର ଷଡଙ୍ଗୀ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପଣ୍ଡା ମୁଖ୍ୟବକ୍ତା ଓ ଡ. ପ୍ରେମଚାନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ମୃତି କମିଟିର ଆବାହକ କାହ୍ନୁ ଚରଣ ମିଶ୍ର ଶତ ବାର୍ଷିକୀ ପାଳନର ଅଭିମୁଖ୍ୟ ପ୍ରକାଶ କରିଥିଲେ । ସଭାକୁ ପରିଚାଳନା କରିଥିଲେ ସଂପାଦକ ମଧୁ ସାହୁ । ସଭା ଆରମ୍ଭରେ କସ୍ତୁରୀ ରଥ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏ ଅବସରରେ ଏକ ସ୍ମରଣିକା “ସ୍ମୃତିରେ ସୋମନାଥ’’ ଉନ୍ମୋଚିତ ହୋଇଥିଲା । ସ୍ମରଣିକାର ସଂପାଦକ କବି ରତ୍ନମୟ ତ୍ରିପାଠୀ ସ୍ମରଣିକା ସମୀକ୍ଷା କରିଥିଲେ । ଏ ଉତ୍ସବରେ ବିଶିଷ୍ଟ ଶିକ୍ଷାନଦ୍ୟୋଗି ଡ. ଶ୍ରୀକର ମିଶ୍ରଙ୍କୁ ସୋମନାଥ ମିଶ୍ର ସ୍ମୃତି ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା । ଉଲ୍ଲେଖନୀୟ କାମ କରିଥିବାରୁ ସୋମନାଥ ମିଶ୍ରଙ୍କ ସମସାମୟିକ ସ୍ୱର୍ଗତ ତେଜରାଜ ବେହେରା, ସ୍ୱର୍ଗତ ନାରାୟଣ ନାଏକ, ସ୍ୱର୍ଗତ ଛେଲିଆ ବିଶ୍ୱାଲ ଓ ଧ୍ରୁବ ଚରଣ ବେହେରାଙ୍କ ମରୋଣତ୍ତର ସମ୍ମାନ ଓ ହାଇଦ୍ରାବାଦ ସ୍ଥିତ ମିଶନ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସଭାରେ ଡ. ନାରାୟଣ ମିଶ୍ର, ବିରଂଚି ନାରାୟଣ ଦାସ, ଧନେଶ୍ୱର ବିଶ୍ୱାଲ ଓ ଉଦୟ ସିଂ ଠାକୁର ମଧ୍ୟ ମତବ୍ୟକ୍ତ କରିଥିଲେ । ହୃଷିକେଶ ପୁରୋହିତ ଏକ ସଂଗିତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିରର ଆଦ୍ୟାଶକ୍ତି ନାରୀ ସଂଗଠନ, ଶିଶୁ ବିକାଶ କେନ୍ଦ୍ର ଓ ଅଙ୍କୁର ଶିଶୁ ସାହିତ୍ୟ ସଂଗଠନ ସହଯୋଗ କରିଥିଲେ । ପୂର୍ବରୁ ହୋଇଯାଇଥିବା ଭଜନ, ଛୋଟି ଓ ପୁରାଣ ପଠନର କୃତି ପ୍ରତିଯୋଗିଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସୁନାଧର ବନଛୋର, ସୁରଥ ସାହୁ, ଦୁର୍ଗା ସାହୁ, ପ୍ରଶାନ୍ତ ଷଡଙ୍ଗୀ, ଡ. ଅଶୋକ କୁମାର ସେଠି, ଧୀରେନ୍ଦ୍ର ନାରାୟଣ ସିଂହଦେଓ, ମାଳତି ଉଦ୍‌ଗାତା, ନିହାରିକା ମିଶ୍ର, ଶାନ୍ତନୁ ମିଶ୍ର, ଅର୍ଚ୍ଚନା ମିଶ୍ର, ବିନି ମିଶ୍ର, ଶ୍ରୀୟା ମିଶ୍ର, ପ୍ରକାଶ ରଂଜନ ମିଶ୍ର, ଝସକେତନ ମିଶ୍ର ଓ ମିଶ୍ର ପରିବାର ସହଯୋଗ କରିଥିଲେ । ଶେଷରେ ପୂଜ୍ୟପୂଜା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.