csstore

ପବିତ୍ର ରକ୍ଷା ବନ୍ଧନ ସୁରକ୍ଷା ଓ ସମ୍ପର୍କର ପବିତ୍ର ଡୋରି – ଅକ୍ରୁର ମାର୍ଥା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ମହିଳା ପତାଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ରାଉରକେଲାର ସେକ୍ଟର-୧୯, ଶାରଳା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ନିତମ୍ବିନୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିଲା । ଏହି ଉତ୍ସବବକୁ ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷୟିତ୍ରୀ ତଥା ପରିଚାଳିକା କୁନ୍ତଳା ସାଙ୍କ ଉଦ୍‌ଯୋଗ ଓ ସହଯୋଗରେ ସଫଳତାର ସହିତ ସମ୍ପନ୍ନ କରାଯାଇଥିଲା । ଅକ୍ରୁର ମାର୍ଥା ତାଙ୍କ ମାର୍ଗଦର୍ଶନରେ ଭାଇଭଉଣୀମାନଙ୍କ ପବିତ୍ର ସମ୍ପର୍କକୁ ପୁନଃ ରାକ୍ଷୀର ଡୋରରେ ବାନ୍ଧି ସେହି ଅତୁଟ ବନ୍ଧନକୁ ମନେ ପକାଇ ଦିଏ ବୋଲି ପ୍ରକାଶ କରିଥିଲେ । ରାକ୍ଷୀ ପୂର୍ଣ୍ଣିମାର ମହତ୍ୱ ଓ ଏହାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ରାକ୍ଷୀ ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ପର୍ବରେ ଭଉଣୀମାନେ ଭାଇଙ୍କ କୁଶକ ଓ ସୁରକ୍ଷା ସକାଶେ ରାକ୍ଷୀକୁ କବଚ ରୂପେ ବନ୍ଧନ କରି ତାଙ୍କର ଶୁଭ ମନାସୀଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ୱାଇଁଙ୍କ ମାର୍ଗଦର୍ଶନରେ ଯୋଗ ଶିକ୍ଷକ ଭଉଣୀ ଓ ସାଧିକାମାନେ ଉପସ୍ଥିତ ଭାଇଙ୍କୁ ଦୀପରେ ବନ୍ଦାପନା କରି, ପୁଷ୍ପ, ଚନ୍ଦନ ଆଦି ସମର୍ପଣ ପୂର୍ବକ, ମିଠା ଖୁଆଇ ହାତରେ ବଜ୍ର ସଦୃଶ୍ୟ ରାକ୍ଷୀ ବାନ୍ଧି ଭାଇଙ୍କ ସୁରକ୍ଷା ଓ ଶୁଭ ମନାସୀଥିଲେ । ଜିଲ୍ଲା ବିଏସ୍‌ ଟି ପ୍ରଭାରୀ ନରେନ୍ଦ୍ର କୁମାର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର ତାଙ୍କର ବକ୍ତବ୍ୟରେ ଆମ ସଂସ୍କୃତି ଓ ବୈଦିକ ପରମ୍ପରା କିଭଳି ଭାବରେ ସମ୍ପର୍କକୁ ପବିତ୍ର କରି ପାରିଛି ସେ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ବିଭିନ୍ନ ଯୋଗ କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷକ ଓ ସାଧକ ସାଧିକା ଭାଇ ଭଉଣୀ ମାନେ । ଜିଲ୍ଲା ବିଏସ୍‌ଟି ସହ ପ୍ରଭାରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ମହିଳା କୋଷାଧ୍ୟକ୍ଷା ବିଷ୍ଣୁପ୍ରିୟା ଦାଶ, ଜିଲ୍ଲା ମହିଳା ସଙ୍ଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ, ବିଶ୍ରା ତହସିଲ ପ୍ରଭାରୀ ହେମନ୍ତ କୁମାର ଜେନା, ବରିଷ୍ଠ ଯୋଗ ଶିକ୍ଷକ ଶରତ ଚନ୍ଦ୍ର ଦାସ, ମନୋରମା ରାଉତ, ଅନୁସୁୟା ବାରିକ, ସବିତା ପ୍ରଧାନ, ଆଶାଲତା ସାହୁ, ବିଜୟଲକ୍ଷ୍ମୀ ମହାନ୍ତ, ରଥ ହରିପାଲ, ସତ୍ୟାନନ୍ଦ ବିଶ୍ୱାଳ, ଶିବାନୀ ଜେନା, ତୁଷାର ବେହେରା, ପୁଷ୍ପିତା ମହାପାତ୍ର, ସତ୍ୟଜିତ ବାରିକ, ସସ୍ମିତା ବେହେରା, ପ୍ରଫୁଲ୍ଲ ପାତ୍ର, ହଜାରୀ ବେହେରା, ସନ୍ତୋଷ କୁମାର ତ୍ରିପାଠୀ, ଶିଖା ନନ୍ଦ, ରମେଶ ଚନ୍ଦ୍ର ବେହେରା, ମମତା ମହାନ୍ତି, ପୁଷ୍ପଲତା ଜେନା, ରେବତୀ ବେହେରା, ରେଣୁବାଳା ସ୍ୱାଇଁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

jayashree
Leave A Reply

Your email address will not be published.