ଅନ୍‌ଲାଇନ୍‌ ମାର୍କେଟିଙ୍ଗ୍‌ରେ ଠକେଇ ଅଭିଯୋଗ : ୯୬୦୦ ଟଙ୍କାର ମୋବାଇଲ ସ୍ଥାନରେ ମିଳିଛି ଇଟା ଖଣ୍ଡ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଅନ୍‌ଲାଇନ୍‌ ମାର୍କେଟିଙ୍ଗ୍‌ରେ ଠକେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦିଗାମ୍ବର ମେହେର ନାମକ ବ୍ୟବସାୟୀ ବୋଡେନ ଛକଠାରେ ଫାଷ୍ଟ ଚଏସ୍‌ ମୋବାଇଲ୍‌ ଦୋକାନକୁ ଗତକାଲି ତାଙ୍କ ନାମରେ ଏକ ପାର୍ସଲ ଆସିଥିଲା । ୯୬୦୦ ଟଙ୍କାରେ ଏକ ପୋକୋ ସି୩-୧ ମୋବାଇଲ ଫ୍ଲିପ୍‌କାର୍ଡ଼ରେ ଅନ୍‌ଲାଇନ୍‌ ଅଡ଼ର କରିଥିଲେ । ସଂଧ୍ୟା ୬.୩୦ ମିନିଟରେ ପାର୍ସଲ ଆସି ତାଙ୍କ ଦୋକାନକୁ ପହଞ୍ଚିଥିଲା । ସେହି ପାର୍ସଲରେ ମୋବାଇଲ ବଦଳରେ ଏକ ଇଟା ଖଣ୍ଡ ଥିବା ଅଭିଯୋଗ କରିଛନ୍ତି । ଏହି ଘଟଣା ନେଇ ଫ୍ଲିପ୍‌କାର୍ଡ଼ ଉପଭୋକ୍ତା ସହାୟକ କେନ୍ଦ୍ରକୁ ଯୋଗାଯୋଗ କରିବାରୁ ନିକଟସ୍ଥ ପୋଲିସ ଷ୍ଟେସନରେ ଏକ ମାମଲା ରୁଜ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀ ମେହେର ଘଟଣା ସମ୍ପର୍କରେ ଖଡ଼ିଆଳ ଥାନା ଅଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

three + 18 =

error: Content is protected !!