ମାଓ କ୍ୟାଂପ ଠାବ : ୨ ଟିଫିନ ବମ୍ ସହ ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସୁରକ୍ଷା ବଳକୁ ଏକ ବଡ ସଫଳତା ମିଳିଛି । କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାଂପ ଠାବ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଳରେ ଗତକାଲି ଡିଭିଏଫ୍‌, ଏସ୍‌ଓଜି ଓ ସିଆର୍‌ପିଏଫ୍‌ର ମିଳିତ କୁମ୍ବିଂ କରାଯାଇଥିଲା । ଆଜି ସକାଳ ୮ଟାରେ କୋକଟିଆମ ଗାଁ ପାଖରୁ ଏକ ମାଓ କ୍ୟାଂପ ଠାବ କରାଯାଇଥିଲା । ଏ କ୍ୟାଂପରୁ ୧୦ କିଲୋଗ୍ରାମ ଓଜନର ୨ଟି ଟିଫିନ ବମ୍ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଏବେ ମଧ୍ୟ କୁମ୍ବିଂ ଜାରି ରହିଥିବା ନୂଆପଡା ଏସ୍‌ପି ଜଣାଇଛନ୍ତି ।

Leave A Reply

Your email address will not be published.

17 + sixteen =

error: Content is protected !!