csstore

ଇଚ୍ଛାପୁର କ୍ଳଷ୍ଟରରେ ନିପୁଣ ଓଡ଼ିଶା ମେଳା

ଡୁଙ୍ଗୁରିପାଲି, (ସୁଶିଳ କୁମାର ମିଶ୍ର) : ଡୁଙ୍ଗୁରିପାଲି ଅନ୍ତର୍ଗତ ଇଚ୍ଛାପୁର କ୍ଲଷ୍ଟର ସ୍ଥିତ ଆଶ୍ରମ ବିଦ୍ୟାଳୟ ଇଚ୍ଛାପୁରରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଇଚ୍ଛାପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର ସାହୁ ନିପୁଣ ଓଡ଼ିଶାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ । ଡୁଙ୍ଗୁରିପାଲି ଗୋଷ୍ଠୀ ସାଧନ ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଞ୍ଜାଲୁ ମିର୍ଦ୍ଧା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗତ ମଲ୍ଲିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ନବୀକରଣ ହୋଇଥିବା ହୋଇଥିବା ଇଚ୍ଛାପୁର ଆଞ୍ଚଳିକ ସାଧନ କେନ୍ଦ୍ରକୁ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ କ୍ଲଷ୍ଟର ଅଧିନସ୍ଥ ଆଠଟି ସ୍କୁଲରୁ ମୋଟ ୧୨୦ ଜଣ ଛାତ୍ରଛାତ୍ରୀ ଓ ୧୦ଜଣ ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତୀ ଏଫ୍‌ଏଲ୍‌ଏନ୍‌ ଆଣି ମେଳାରେ ଅଂଶଗ୍ରହଣ କରିଥିଲେ । ଏହି ମେଳାରେ ବହୁ ସଂଖ୍ୟାରେ ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଉତ୍ସର୍ଗୀକୃତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶଂସା ପତ୍ର ଦେଇ ଉତ୍ସାହିତ କରିଥିଲେ । ଦୀନବନ୍ଧୁ ଭୋଇ ଓ ପ୍ରମୋଦ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମହେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ସହଦେବ ଭୁଏ, ରିଙ୍କୁ ପଧାନ, ରମେଶ ସାହୁ, ଲଳିତ କୁମାର ସାହୁ, ସତ୍ୟବାଦୀ ପୁଟେଲ, ଋଷଭ ଭୋଇ, ହାରାଧନ ପଧାନ, ପୁଷ୍ପାଞ୍ଜଳି କୁଅଁର, ସସ୍ମିତା ଭୋଇ, ରାଘବ ଭୋଇ ଓ ମହନ କୁଅଁର ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.