jsm

କଂଗ୍ରେସ ପ୍ରଭାରୀଙ୍କୁ ମଟର ସାଇକେଲ ଶୋଭାଯାତ୍ରାରେ ସ୍ଵାଗତ : ଓଡିଶାର ଅସ୍ମିତାକୁ ନେଇ ପ୍ରଶ୍ନ କଲେ ଅଜୟ କୁମାର

csstore

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାଠାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସଭାଗୃହଠାରୁ ସ୍ଵାଗତ କରିବା ସହ ଇଣ୍ଡିଆନ୍‌ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରା କରି ସ୍ୱାଗତ କରଯାଇଥିଲା । ଏହି ଅବସରରେ ପ୍ରଭାରୀ ଅଜୟ କୁମାର କହିଛନ୍ତି ଯେ ରାଜ୍ୟରେ କଂଗ୍ରେସ ବିରୋଧୀ ଦଳର ଭୂମିକା ନେଉଛି । ଏଠାରେ ବିଜେପ ଓ ବିଜେଡି ଲିଭିଙ୍ଗ୍‌ ରିଲେସନ୍‌ରେ ସରକାର ଚାଲୁଛନ୍ତି । ରାଜ୍ୟରେ ମନ୍ତ୍ରୀ ବିଧାୟକମାନଙ୍କ ମଧ୍ୟରେ କିଛି ମଧ୍ୟ ମାନ ସମ୍ମାନ ନାହିଁ ବୋଲି ଓଡିଶାର ଅସ୍ମିତାକୁ ନେଇ ପ୍ରଶ୍ନ କରିଛନ୍ତି ରାଜ୍ୟ ପ୍ରଭାରୀ ଅଜୟ କୁମାର । ରାଜ୍ୟରେ ଆଗାମୀ ଦିନରେ ସରକାର କିଏ କରିବ ଲୋକ କହିବେ ବୋଲି କହିଛନ୍ତି । ଏହି ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ନକୁଳ ନାୟକ, ପିସିସି ସଦସ୍ୟ ମନୋଜ ଆଚାର୍ଯ୍ୟ, ବାଲିଗୁଡା ସଭାପତି ସ୍ୱପ୍ନେଶ୍ଵର ସାହୁ, ଆଇବାର ନାୟକ, ସିମାଞ୍ଚଳ ଆଚାର୍ଯ୍ୟ, ସୀତାରାମ ପଣ୍ଡା, ବିଳାସିନୀ ନାୟକ, ଜେନାମଣି ମଲ୍ଲିକ, ମନୋଜ ମଲ୍ଲିକ, ଟୁଟୁ ଆଚାରୀ, ଉପେନ୍ଦ୍ର ପ୍ରଧାନ, ଶ୍ୟାମ ବିନ୍ଧାଣି, ବଳରାମ ଦୋରା, ପ୍ରଫୁଲ ଦାସ, ଜିତେନ୍ଦ୍ର ଦିଗାଳ, ରୁଦା ମଲ୍ଲିକ, ରବିଚନ୍ଦ୍ର ପାତ୍ର, ଅଜୟ ଦିଗାଳ, ଆଲୋକ ନାୟକ, ପିଣ୍ଟୁ ଆଚାର୍ଯ୍ୟ, ଶ୍ୟାମଘନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.