jsm

ଗାନ୍ଧୀ ଷ୍ଟାଡିୟମରେ ଓସିଏ ଭିଜନ ୨୦୨୪ ଇଣ୍ଟ୍ରା ଡିସ୍‌ଟ୍ରିକ୍ଟ କ୍ଲବ କ୍ରିକେଟ୍‌ ସିନିୟର ଲିଗ୍‌ର ଶୁଭାରମ୍ଭ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ସିନିୟର ଇଣ୍ଟ୍ରା ଡିସ୍‌ଟ୍ରିଷ୍ଟ କ୍ଲବ ଲିଗ୍‌ ଆଜି ଉଦ୍‌ଘାଟିତ ହୋଇଯାଇଛି । ଓଡିଶା କ୍ରିକେଟ ଏସୋସିଏସନ୍‌ ଆନୁକୂଲ୍ୟରେ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଦ୍ୱାରା ଆୟୋଜିତ ଏହି ଲିଗ୍‌ ସିନିୟର କ୍ରିକେଟ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଟିକୁ କ୍ରୀଡା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଆଜିର ଉଦ୍‌ଘାଟନୀ ପର୍ବରେ କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ସହ-ସଂପାଦକ ଶତୃଘନ ସିଂହ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, ଫୁଟବଲ ସଂପାଦକ ହେମନ୍ତ ବେହେରା, କାର୍ଯ୍ୟକାରୀ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଜୟରାମ ମିଶ୍ର, କ୍ରିକେଟ କୋଚ ଅରୁଣ କୁମାର ନାଏକ, ପୂର୍ବତନ ଖେଳାଳି ସୂର୍ଯ୍ୟ ମିଶ୍ର, ହରେଶ ଦାନି, ଶତୃଘନ ସିଂହ, ଅରବିନ୍ଦ ହୋତା ଓ ବିକ୍ରମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ମ୍ୟାଚଟି ଏନ୍‌କେସିସି ବଲାଙ୍ଗିର ଦଳ ଓ ଜିଏନ୍‌ସିସି ବଲାଙ୍ଗିର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜିଏନ୍‌ସିସି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଜିଏନ୍‌ସିସି ଦଳ ନିର୍ଦ୍ଧାରିତ ୧୨.୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୩୦ ରନ୍‌ ସଂଗ୍ରହ କରିଥିଲେ । ଏନ୍‌କେସିସି ଦଳ ପକ୍ଷରୁ ସତ୍ୟଜିତ ସିଂହଦେଓ ୬.୨ ଓଭର ୭ ରନ୍‌ ଦେଇ ୯ ୱିକେଟ ନେଇ ଜିଏନ୍‌ସିସି ଦଳକୁ ଧରାସାୟୀ କରିଥିଲେ । ୩୧ ରନ୍‌ ବିଜୟ ଲକ୍ଷକୁ ନେଇ ପଡିଆକୁ ଓହ୍ଲାଇଥିବା ଏନ୍‌କେସିସି ଦଳ ମାତ୍ର ୩.୫ ଓଭରରେ ଗୋଟିଏ ୱିକେଟ ବିନିମୟରେ ୩୧ ରନ୍‌ କରି ବିଜୟୀ ହୋଇଥିଲେ । ରାଘବେନ୍ଦ୍ର ସର୍ବାଧିକ ୨୨ ରନ୍‌ ଏନ୍‌କେସିସି ଦଳ ପକ୍ଷରୁ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ରେ ସର୍ବମୋଟ ୯ ଟି ଦଳ ଭାଗ ନେଇଥିବା ବେଳେ ଉକ୍ତ ଟୁର୍ଣ୍ଣାମେଣ୍ଟ ଟି ଦୁଇଟି ଗୃପରେ ୨୭ ତାରିଖ ପର୍ଯ୍ୟନ୍ତ ଲିଗ୍‌ ମ୍ୟାଚ ଓ ୨୮ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବା ନେଇ କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.