csstore

ଓବିସି ଜନ ଜାଗରଣ ଯାତ୍ରାକୁ ସ୍ଵାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସି ଜନସାଧାରଣ ଓବିସି ଜନ ଜାଗରଣ ଯାତ୍ରାକୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସାହର ସହ କରିଛନ୍ତି । ଏହି ଅବସରରେ ଓଡ଼ିଶା ଓବିସି ମଞ୍ଚର ସଭାପତି ମାନନୀୟ ଶଙ୍କର ପାତ୍ର କହିଲେ ଓଡିଶାରେ ଓବିସିମାନଙ୍କ ସଂରକ୍ଷଣ ଶୂନ୍ୟ । ସରକାର ଯଦି ୨୬ ଜାନୁଆରୀ ସୁଦ୍ଧା ଯଦି ଶିକ୍ଷା ଓ ଚାକିରି କ୍ଷେତ୍ରରେ ଏସ୍‌ଇବିସିଠାରୁ ଅଲଗା କରି ନ ଦିଅନ୍ତି ତେବେ ଓବିସି ସମାଜ ଆଗାମୀ ଦିନରେ ସରକାର ଓ ସରକାରୀ ଦଳକୁ ଅସହଯୋଗ କରିବେ । ଏହି ଅବସରରେ ଓଡ଼ିଶା ଓବିସି ମଞ୍ଚର କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ, ପ୍ରବକ୍ତା ବିରଞ୍ଚି ସାହୁ, ସଂଯୋଜକ ସରୋଜ କୁମାର ମେଶ୍ଵା, ମଞ୍ଚର ଉପସଭାପତି କିଶୋର ଚନ୍ଦ୍ର ସାଏ, ଜିଲ୍ଲା କୁଲତା ସମାଜର ସଭାପତି ବେଲାର ସିଂ ଭୋଇ, ନବସେତୁ ସଂପାଦକ ପୁର୍ଣ୍ଣଚନ୍ଦ୍ର ବିଶ୍ଵାଲ, ମନୋରଞ୍ଜନ ସାହୁ, ଟଙ୍କଧର ଗଡତିଆ, ବିଦେଶୀ ପ୍ରଧାନ, ସଞ୍ଜୟ ଭୋଇ, ସଞ୍ଜୟ ମହାକୁର, ଶାନ୍ତନୁ ଭୋଇ, ପ୍ରହଲ୍ଲାଦ ଭୋଇ, ମଧୁ କ୍ଷେତି, ପ୍ରହଲ୍ଲାଦ ଭୋଇ, ସୁଭାଷିନୀ ସାହୁ, କିଶୋର ଚନ୍ଦ୍ର ସାଏ, ରାହାସ ବିହାରି ମାଝୀ, ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

jayashree
Leave A Reply

Your email address will not be published.