csstore

ପଦ୍ମପୁର ବିଦ୍ୟୁତ୍‌ ବିଭାଗର ଅଜବ ନୀତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଦ୍ୟୁତ୍‌ ବିଭାଗ ଅଧିନସ୍ଥ ବାଦିକଟା ଗ୍ରାମପଞ୍ଚାୟତ ସାପଲହର ଗ୍ରାମର ସମଲାଇପୁର ପଡା । ଏହି ଗ୍ରାମରେ ଦେଖିବାକୁ ମିଳେ ବିଦ୍ୟୁତ୍‌ ବିଭାଗ ପଦ୍ମପୁର ଖାମଖିଆଲ ମନୋଭାବ । ସମଲାଇପୁର ପଡାର କଂକ୍ରିଟ୍‌ ରାସ୍ତା ମଝିରେ ରହିଛି ଏକ ବିଦ୍ୟୁତ୍‌ ଖୁଣ୍ଟା ଏହା ଏବେ ସାଜିଛି ବିପଦର ସଂକେତ କେତେବେଳେ ଯେ କିଏ ଏହି ଖୁଣ୍ଟାରେ ପିଟି ହୋଇ ଜୀବନ ଚାଲିଯିବ ଏହା ପ୍ରତି କାହାର ନଜର୍‌ ନାହିଁ । ବିଜୁଳି କର୍ମଚାରୀଙ୍କର ସମଲାଇପୁର ପଡାର ବସ୍ତି ବାସିନ୍ଦା ଏହା ପ୍ରତି ଧ୍ୟାନ ଦେବାକୁ ବିଭାଗକୁ ଜଣାଇଲେ ମଧ୍ୟ କେହି ଶୁଣିବାକୁ ନାରାଜ୍‌ । ସାପଲହର ମାଁ ସମଲାଇ ଯୁବକ ସଂଘ ସଭାପତି ଉତ୍କଳ ପଟେଲ, ପୁରନ୍ଦର ରଣା, ବିଶେଶ୍ଵର ସାହୁ, ଜିତେନ୍ଦ୍ରୀୟ ପଟେଲ, ତେଜରାଜ ପଟେଲ, ବିଶ୍ୱନାଥ ପଟେଲ, ରୋହିତ ପଟେଲ ପ୍ରମୁଖ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳି ପାରୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଜନସାଧାରଣରେ ଦାବୀ ହେଉଛି ଯେ ତୁରନ୍ତ ଏହି ବିଦ୍ୟୁତ୍‌ ଖୁଣ୍ଟାକୁ ସ୍ଥାନାନ୍ତରିତ କରି ବିକଳ୍ପ ବ୍ୟବସ୍ଥା କଲେ ସାପଲହର ସମଲାଇପୁର ବାସୀ ଅଶ୍ୱସ୍ତ ହେବେ । ପଦ୍ମପୁର ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହେଉଛି ।

jayashree
Leave A Reply

Your email address will not be published.