pakka

ପ୍ରଭାସିନୀ ଖଟୁଆ ହେଲେ କଣ୍ଟାମାଳ କଲେଜର ନୂତନ ଅଧ୍ୟକ୍ଷା

bbehera

କଣ୍ଟାମାଳ, (ବଂଶୀଧର ମାଝୀ) : ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପତ୍ର ସଂଖ୍ୟା ୫୩୮୦୭ ତାରିଖ ୩୧.୧୨.୨୦୨୧ରେ କଣ୍ଟାମାଳ ପଞ୍ଚାୟତ କଲେଜର ନୂତନ ଅଧ୍ୟକ୍ଷା ଭାବେ କଲେଜର ବରିଷ୍ଠ ଅଧ୍ୟାପିକା ପ୍ରଭାସିନୀ ଖଟୁଆ ନିଯୁକ୍ତି ପାଇଛନ୍ତି । ଗତ ୩୧ତାରିଖରେ ପଞ୍ଚାୟତ କଲେଜ କଣ୍ଟାମାଳର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି ଅବସର ଗ୍ରହଣ ପରେ ଖାଲି ପଡିଥିବା ଅଧ୍ୟକ୍ଷ ପଦବୀରେ ଶ୍ରୀମତି ଖଟୁଆଙ୍କୁ ନିଯୁକ୍ତି ମିଳିଥିବା ପ୍ରକାଶ । ପ୍ରଥମ ମହିଳା ଭାବେ କଲେଜ ଅଧ୍ୟକ୍ଷା ପଦରେ ଉଚ୍ଚ ଶିକ୍ଷା ବିଭାଗ ନିଯୁକ୍ତି ଦେଇଥିବାରୁ ନୂତନ ଅଧ୍ୟକ୍ଷାଙ୍କୁ କଲେଜ ଅଧ୍ୟାପକ/ଅଧ୍ୟାପିକା ତଥା କର୍ମଚାରୀ ମାନେ ସ୍ୱାଗତ ଜଣାଇଥିଲେ । କଲେଜରେ ଶୈକ୍ଷିକ ବିକାଶ ସହିତ ଶୃଙ୍ଖଳାରେ ଉନ୍ନତି ମୋର ପ୍ରଥମିକତା ବୋଲି ଅଧ୍ୟକ୍ଷା କହିଛନ୍ତି ।

Leave A Reply

Your email address will not be published.

fifteen − 14 =