pakka

୨୦୦୯-୧୦ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ

bbehera

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଝରନିପାଲି ସ୍ଥିତ ଇନ୍ଦିରାଗାନ୍ଧୀ ହାଇସ୍କୁଲ ଠାରେ ୨୦୦୯-୧୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୦ ଜଣ ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଅଶୋକ ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁ ସାହୁ ସ୍ୱାଗତ ଭାଷଣ ସମେତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ଅବସରପ୍ରାପ୍ତ ଶିକ୍ଷକ ମଧୁସୁଦନ ପଧାନ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ୟ୍ୟକ୍ରମରେ ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ମାନପତ୍ର ତଥା ଉପଢୌକନ ଦିଆଯାଇ ଗୁରୁପୂଜନ କରାଯାଇଥିଲା । ସୂଚନା ମତେ, ଏହି ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ହାଇସ୍କୁଲର ସାଇକଲ ଷ୍ଟାଣ୍ଡ ମରାମତି କରାଯାଇଥିଲା । ପରିଶେଷରେ ପିଣ୍ଟୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

17 + 10 =