pakka

ରାଜ୍ୟରେ ବଢ଼ୁଛି ସଂକ୍ରମଣ : ଆସିଲା ନୂଆ କୋଭିଡ ଗାଇଡ଼ ଲାଇନ, ରାଜ୍ୟରେ କ୍ଲାସ୍‌ରୁମ୍‌ ପାଠପଢ଼ା ବନ୍ଦ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସି ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏ ନେଇ ସୂଚନା ଦେଇଛନ୍ତି । ଆସନ୍ତା ଜାନୁଆରୀ ୯ ତାରିଖରୁ ରାଜ୍ୟରେ ନାଇଟ୍‌ କର୍ଫ୍ୟୁୁ ଲାଗୁ ହେବ । ଏଣିକି ରାତି ୯ଟାରୁ ଦୋକାନ ବଜାର ବନ୍ଦ ହେବ ସମସ୍ତ ସହରାଞ୍ଚଳରେ । ରାଜ୍ୟରେ କ୍ଲାସ୍‌ରୁମ୍‌ ପାଠପଢ଼ା ବନ୍ଦ କରାଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କ ସ୍କୁଲ ବନ୍ଦ କରାଯାଇଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଛି । ଏଣିକି ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ଓ ୧୦୦ ଲୋକଙ୍କୁ ନେଇ ହେବ ବାହାଘର, ବ୍ରତଘର । ଏଥିସହିତ କେବଳ ୫୦ ଲୋକଙ୍କୁ ନେଇ ଅନ୍ତ୍ୟେଷ୍ଟି କ୍ରିୟା କାର୍ୟ୍ୟକ୍ରମ ହୋଇପାରିବ ।

Leave A Reply

Your email address will not be published.

fifteen − twelve =