csstore

ଲୋଇସିଂହା ଆଦିବାସୀ ଭବନଠାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଲୋଇସିଂହା (କେପିଏନ୍‌ଏସ୍‌) : ତ୍ରିଲୋଚନ ନେତ୍ରାଳୟ, ସମ୍ବଲପୁର ଆନୁକୂଲ୍ୟରେ ଲୋଇସିଂହା ଆଦିବାସୀ ଭବନଠାରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫୬ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ୬୦ ଜଣକୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚୟନ କରାଯାଇ ତ୍ରିଲୋଚନ ନେତ୍ରାଳୟ, ସମ୍ବଲପୁରକୁ ପଠାଯାଇଥିଲା । ଏହି ଶିବିରରେ ଡା.ମାଧୁରୀ ଖଣ୍ଡବାଲା ପନସରି, କରିସ୍ମା ପଟେଲ, ଋତୁଶ୍ରୀ ଗେଜୋ, ସରସ୍ୱତୀ ବିଶି, ଲିପ୍ସା ପଟେଲ, ସୁଦର୍ଶନ ମୁଦୁଲି, ଅରୁପା ପଧାନ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ । ବ୍ଲକ ଆଦିବାସୀ ସଙ୍ଘର କାର୍ଯ୍ୟକାରୀ ସଭାପତି ଦଶରଥ ଛତ୍ରୀଆ, ଶ୍ୟାମ ସୁନ୍ଦର ଭୋଇ, ପୂର୍ଣ୍ଣଚନ୍ଦ୍ର ଭୋଇ, ଗୋପାଳ ପଧାନ, ରୁକ୍ମଣ ଧରୁଆ, ଲଳିତ ମୋହନ ପୁଟା, ଅଶୋକ ବରିହା, ନେପାଳ ବର୍ଗେ ତଥା କୋଶଲ ପରିବାର ଲୋଇସିଂହାର ସଦସ୍ୟ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.