pakka

ଅଲାତରା ଓ ମଦନପୁର ଠାରେ ସୁନାମୁଖୀ ଯାତ୍ରା ପାଳିତ : ରକ୍ତ ରଞ୍ଜିତ ହେଲା ଦୁଇ ପୀଠ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜ଼ିଲ୍ଳା ମ. ରାମପୁର ବ୍ଲକ୍ ଅନ୍ତର୍ଗତ ମଦନପୁର ଓ ଅଲାତରାରେ ଆଜି ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପ୍ରତ୍ୟେକ ବର୍ଷ ବଲାଂଗିର ଶୁଲିଆ ଯାତ୍ରାର ଆର ଦିନ ସୁନାମୁଖୀ ଯାତ୍ରା ହେଉଥିବା ବେଳେ ଏ ବର୍ଷ ଆଠ ଦିନ ପୂର୍ବରୁ ଆଜି ଅନୁଷ୍ଠିତ ହୋଇଛି । ପ୍ରଥମେ ମ. ରାମପୁର ରାଜ ପରିବାରର ପାଟ ବୁକା(ବୋଦା) ବଳି ପରେ ମାନସିକଧାରୀ ମାନେ ଗୋଟିଏ ୨ ଗୋଟି ପୋଢ଼ ସମେତ ଶତାଧିକ ପଶୁ ଓ ପକ୍ଷୀ ବଳି ଦେଇଥିଲେ । ଉଭୟ ଦୁଇ ଗୋଟି ସୁନାମୁଖୀ ପୀଠ ରକ୍ତ ରଞ୍ଜିତ ହୋଇ ଯାଇଥିଲା । ମଦନପୁର ପୀଠରେ ଦିହାରୀ ଯୁଗେଶ୍ୱର ବଣୁଆ, ପୂଜାରୀ ଉମାକାନ୍ତ ଭୋଇ, ଧ୍ରୁବ ଭୋଇ ପୁଜାର୍ଚନା କରିଥିଲେ । ସେହିପରି ଅଲାତରା ଠାରେ ପୂଜାରୀ, ତ୍ରିଲୋଚନ ଭୋଇ ଓ ଜଗବନ୍ଧୁ ଭୋଇ, ଦିହାରୀ ଜଗନ୍ନାଥ ଭୋଇ ତଥା ଦାମ ସୁନାଙ୍କୁ କାଲିସୀ ଆସି ମାନସିକଧାରୀଙ୍କୁ ଫୁଙ୍କା ଝଡା କରିଥିଲେ । ଏହି ଯାତ୍ରାକୁ କଳାହାଣ୍ଡି, ବଲାଙ୍ଗିର, ବଉଦ, କନ୍ଧମାଳ ଜ଼ିଲ୍ଳାରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି । ଉକ୍ତ ଯାତ୍ରାରେ ପୂଜାରୀ ପରିବାରରୁ ଜନକ ଭୋଇ, ହରି ଚନ୍ଦ୍ର ଭୋଇ, ପୂର୍ଣ୍ଣ ଭୋଇ, ଶିବ ଭୋଇ, ହର ଭୋଇ ଅଲାତରା ବରିଷ୍ଠ ନାଗରିକ ତଥା ଶିକ୍ଷାବିତ ଖଗେଶ୍ବର ରଣା, ଜନ୍ମେଜୟ ଜୟ ରଣା,ଗାଁ ମୁଖିଆ ଜୁଗେଶ୍ୱର୍ ବାରିକ । ସୁନାମୁଖୀ ଯୁବକ ସଂଘ କନ୍ଧପଡାର ସମସ୍ତ କର୍ମକର୍ତ୍ତା ଶାନ୍ତି ଶୃଙ୍ଖଳା ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.

1 × 2 =