pakka

ନବମ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ : ସେମିରେ ଦଳଦଳି ଦଳ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ଜିଲ୍ଲା ସ୍ତରୀୟ ନବମ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ ହୋଇଯାଇଛି । ଖଇରପାଲି ଜଗନ୍ନାଥ କମିଟିର ସଭାପତି ଅଶ୍ୱିନୀ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦ୍‌ଘାଟିତ କରିଥିବା ବେଳେ ପ୍ରଥମ ଦିନ ତିନି ଗୋଟି ମ୍ୟାଚ୍‌ ଖେଳା ଯାଇଥିଲା । ଉଦ୍‌ଘାଟନୀ ମ୍ୟାଚ୍‌ ଦଳଦଳି ଦଳ ସରାଇପାଲି ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ ବର୍ହାଗୁଡା ଦଳ ବେଳପଡା ଦଳକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଥିଲେ । କ୍ୱାଟର ଫାଇନାଲ ଦଳଦଳି ଓ ବର୍ହାଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କ୍ୱାଟର ଫାଇନାଳର ମ୍ୟାଚ୍‌ରେ ଦଳଦଳି ଦଳ ପ୍ରଥମେ ବେଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୪ ୱିକେଟରେ ୭୬ ରନ ସଂଗ୍ରହ କରି ସେମିଫାଇନାଲକୁ ପ୍ରବେଶ କରିଥିଲା । ମ୍ୟାଚ୍‌ ଶେଷରେ ଯୁବ ସାମ୍ବାଦିକ ନିଳକଣ୍ଠ ଦୀପ ଓ ସାମ୍ବାଦିକ ଡିଲେଶ୍ୱର ବାଗ ଅତିଥି ଭାବରେ ଯୋଗ ଦେଇ ଦଳଦଳି ଦଳର ଆଶିଷଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଭାବେ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌ରେ ମିଟୁ, ସୁନୀଲ, ଆନନ୍ଦ ପ୍ରମୁଖ ଧାରା ବିବରଣୀ କରିଥିବା ବେଳେ ନାରାୟଣ, ରାଜୀବ, ସନମ, ଉମେଶ, ହନୁ ଖେଳ ପରିଚାଳନା କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଝସ, ସୁଧାଂଶୁ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ମନୋଜ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

16 − eight =