ଆସନ୍ତା କାଲି ନୂଆଁଖାଇ : ପୂର୍ବ ବର୍ଷ ଭଳି ଉଲ୍ଲାସ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଘରେ ଘରେ ପାଳିତ ହୁଏ ଏହି ପର୍ବ, ବହୁତ ଧୁମ୍‌ଧାମ୍‌ରେ । କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣର ଆତଙ୍କ ଏହି ଆନନ୍ଦ ଉଲ୍ଲାସକୁ କ୍ଷୀଣ କରି ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ନୂଆଁଖାଇ ତିହାର୍‌ର ୭ ଦିନ ଆଗରୁ ହାଟ ବଜାର ପୂର୍ବ ବର୍ଷ ଗୁଡ଼ିକରେ ଚଳଚଂଚଳ ହୋଇଉଠେ ଏବଂ ନୂଆଁଖାଇର ଦିନେ ଦୁଇ ଦିନ ପୂର୍ବରୁ ତିହାର୍‌ ବାତାବରଣ ସୃଷ୍ଟି ହୋଇଯାଏ ସାରା ପଶ୍ଚିମ ଓଡ଼ିଶାରେ । କିନ୍ତୁ ଚଳିତ ବର୍ଷ ତାହା ଦେଖିବାକୁ ମିଳୁନାହିଁ । କେବଳ ବିଧି ରକ୍ଷା ନିମନ୍ତେ ପରମ୍ପରାକୁ ସମ୍ମାନ ଦେବା ନିମନ୍ତେ ନୂଆଁଖାଇ ପର୍ବ ପାଳନ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାରେ । ଏକ ଅଦୃଶ୍ୟ ସଂକ୍ରମଣର ଆତଙ୍କ ସମସ୍ତ ଜନସାଧାରଣଙ୍କ ଭିତରେ ବସା ବାନ୍ଧିଛି । କରୋନା ଆଶଙ୍କାରେ ଆଶଙ୍କିତ ମଣିଷର ମନ, ଜୀବନ । ତେବେ ଏଭଳି ପରିସ୍ଥିତିରେ ମଧ୍ୟ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପର୍ବ ପାଳନ ହେବ, ଏତିହ୍ୟ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ।

Leave A Reply

Your email address will not be published.