pakka

ପାଟଣାଗଡ଼ରେ ବିଜେଡ଼ି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

  • ଦୀର୍ଘ ୨୫ ବର୍ଷର ବ୍ୟବଧାନକୁ ଆଖି ଆଗରେ ରଖି ଆପଣ ମାନଙ୍କ ପରିବର୍ତ୍ତନ ଆଣିବାର ସହଯୋଗରେ ପାଟଣାଗଡ ଏନ୍‌ଏସିକୁ ଏକ ବିକଶିତ ଭାବେ ଗଢ଼ିତୋଲିବା ମୋର ଲକ୍ଷ : ବିଧାୟକ ସରୋଜ କୁମାର ମେହେର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଏନ୍‌ଏସି ବିଜେଡି ସଭାନେତ୍ରୀ ମଞ୍ଜୁ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଉପସଚେତକ ତଥା ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେର, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ବିଜ୍ଞାପିତ ପରିଷଦ ବିଜେଡି ସଭାପତି ପରେଶ୍ ସାହୁ, ଯୁବ ଛାତ୍ର ବିଜେଡ଼ି ସଭାପତି ସୁକୁମାର ବାରିକ, ପାଟଣାଗଡ ବିଜ୍ଞାପିତ ପରିଷଦର ୧୫ ଜଣ କାଉନସିଲର ମଞ୍ଚାସୀନ ଥିଲେ । ପରେ ପ୍ରାରମ୍ଭରେ ମା’ ପାଟଣେଶ୍ଵରୀ, ମା’ ସମଲେଶ୍ଵରୀଙ୍କ ଫଟୋରେ ଦୀପ ପ୍ରଜ୍ୱଳନ ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୧୫ ଜଣ କାଉନସିଲର ଜୋନ ନଂ ୧ ହେମବନ୍ତୀ ମେହେର, ଜୋନ ନଂ ୨ ରୀତା ମେହେର, ଜୋନ ନଂ ୩ ସୂଜିତ ମେହେର, ଜୋନ ନଂ ୪ ଉଷା ରାହା, ଜୋନ ନଂ ୫ ଶ୍ରୀରାମ ଦେଲେଇ, ଜୋନ ନଂ ୬ ଭାରତୀ ଧୁବଲ, ଜୋନ ନଂ ୭ ରୁନା ମହାନନ୍ଦ, ଜୋନ ନଂ ୮ ସୁରେନ୍ଦ୍ର ସା, ଜୋନ ନଂ ୯ ପ୍ରଫୁଲ୍ଲ କୁମାର ମେହେର ଜୋନ ନଂ ୧୦, କେଶରୀ ମେହେର, ଜୋନ ନଂ ୧୧ ରାମା ମେହେର, ଜୋନ ନଂ ୧୨ କନକ ଲତା ମେହେର, ଜୋନ ନଂ ୧୩ ରୁନୁ କୁମ୍ଭାର, ଜୋନ ନଂ ୧୪ ଲୋଚନ ଭୂଏ, ଜୋନ ନଂ ୧୫ ମୁକୁନ୍ଦ ମେହେର ପ୍ରମୁଖଙ୍କ ସହ ବରିଷ୍ଠ ଆଇନଜୀବୀ ଦଳଗଞ୍ଜନ ସାହୁ, କାମକ୍ଷା ପ୍ରସାଦ ସାହୁ, ରମେଶ ମେହେର ଓ ସେବା ସମବାୟ ସମିତି ସଭାପତି ଓ ଡାଇରେକ୍ଟରଙ୍କ ସମେତ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପୁଷ୍ପଗଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପାଟଣାଗଡ଼ ବିଧାୟକ ଶ୍ରୀ ମେହେର ସମସ୍ତଙ୍କୁ ନୂଆଁଖାଇ ଭେଟ୍‌ଘାଟ୍‌ ଏକ କୃଷି ଭିତ୍ତିକ ପର୍ବ ଯାହାକି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଏକତାରେ ବାନ୍ଧି ରଖିବାର ଏକ ପର୍ବ ବୋଲି କହିବା ସହ ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳକୁ ଏକ ବିକଶିତ ଏବଂ ସରସ ସୁନ୍ଦର କରିବା ପାଇଁ ଏହା ମୋର ଲକ୍ଷ ବୋଲି କହିଥିଲେ । ଆଗାମୀ ଦିନରେ ପରମ୍ପରା ହାତକୁ ହାତ ମିଳାଇ କାମ କରିବାକୁ ଆହ୍ୱାନ କରିଥିଲେ । ହର ମେହେର ସଭା ପରିଚାଳନା କରିଥିବା ବେଳେ ବିଜେଡ଼ି ମିଡ଼ିଆ ସେଲ୍ ସଂଯୋଜକ ପ୍ରଦୀପ କୁମାର ମେହେର ଆତିଥ୍ୟ ସେବା ଯୋଗାଇ ଥିବା ବେଳେ ଏନ୍ଏସି ଉପାଧ୍ୟକ୍ଷ ତଥା ନଗର ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସହରର ୧ ହଜାରରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

Leave A Reply

Your email address will not be published.

fifteen − 12 =