pakka

ଉପର ନୂଆଗାଁଠାରେ ନୂଆଁଖାଇ ଭେଟଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଅନ୍ତର୍ଗତ ମାଣିକେରା ଗ୍ରାମ ପଞ୍ଚାୟତ ସ୍ଥିତ ଉପର ନୂଆଗାଁଠାରେ ଗତ ୨ ତାରିଖ ସଂନ୍ଧ୍ୟା ୭ ଘଣ୍ଟା ସମୟରେ ‘ନୂଆଁଖାଇ ଭେଟଘାଟ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟଙ୍କଧର ପନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବ୍ୟଙ୍ଗ କବି ସୁଶାନ୍ତ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ଶିକ୍ଷକ ବିଶ୍ୱମ୍ବର ନାଏକ, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ୱାର୍ଡ ସଭ୍ୟା ଶ୍ରୀମତୀ ଲକ୍ଷ୍ମୀ ଘଡେଇ ଉପସ୍ଥିତ ଥିଲେ । ଯୋଗେନ୍ଦ୍ର ଧରୁଆ ସଭା ପରିଚାଳନା କରିଥିବା ବେଳେ ନୂଆଁଖାଇର ମହତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତାମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଉକ୍ତ ଗ୍ରାମର ଡ. କୌତୁକ ପନ୍ଦର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ପ୍ରାପ୍ତ ହୋଇଥିବାରୁ ଛାତ୍ରୀ ହାରାବତୀ ଧରୁଆ ଓ ଶିକ୍ଷକ ଶ୍ରୀ ନାଏକ ସମ୍ବର୍ଦ୍ଧନା କରିଥିଲେ । ସଭାରେ ସହଯୋଗ କରିଥିଲେ ରୋମାଞ୍ଚଳ ପନ୍ଦର, ତପବନ୍ତ ପନ୍ଦର, ରାଜୁ ପନ୍ଦର, ଗୌରାଙ୍ଗ ଧରୁଆ ଓ ଅନ୍ୟମାନେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଭିକରାମ ଧରୁଆ ।

Leave A Reply

Your email address will not be published.

19 − seven =