pakka

ପାଟଣେଶ୍ୱରୀ ମନ୍ଦିରରେ ନୂଆଁଖାଇ ଉପଲକ୍ଷେ ନବାନ୍ନ ଭୋଗ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣା ଷ୍ଟେଟ ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଭାଦ୍ରବ ମାସ ଶୁକ୍ଳପକ୍ଷ ପଂଚମୀରେ ଠିକ୍‌ ଘ.୧୧ ସମୟରେ ମା’ଙ୍କୁ ନବାନ୍ନ ଅର୍ପଣ କରାଯାଇଥିଲା । ଏହି ଅବସରରେ ଦୀର୍ଘ ଦିନ ଧରି ଚାଲିଆସିଥିବା ପରମ୍ପରା ଏ ପ୍ରଥା ଏବେ ବି ଚାଲି ଆସିଛି । ମନ୍ଦିରରେ ସ୍ୱତନ୍ତ୍ର ଭାବେ ମା’ଙ୍କ ନବାନ୍ନ କଲାପରେ ବଲାଙ୍ଗିରବାସୀଙ୍କୁ ମନ୍ଦିରରୁ ସ୍ୱତନ୍ତ୍ର ଭାବରେ ସରିଆ ଧାନରେ ତିଆରି ହୋଇଥିବା ନବାନ୍ନ ବଣ୍ଟାଯାଏ । ଦୀର୍ଘ ଦୁଇ ବର୍ଷ ପରେ ବନ୍ଦ ହୋଇଥିବା ପରଂପରା ଏ ବର୍ଷ ପୁଣି ଆରମ୍ଭ ହେଲା । ସକାଳୁ ମା’ଙ୍କ ରୀତିନୀତି ପୂଜା ଆରମ୍ଭ ହୋଇଥିବା ବେଳେ ଠିକ୍‌ ଲଗ୍ନରେ ପୂଜକ ମା’ଙ୍କୁ ନବାନ୍ନ ଅର୍ପଣ କଲାପରେ ମହା ଆଳତି ହୋଇଥିଲା ଓ ଭକ୍ତଙ୍କ ସୁଅ ଛୁଟିଥିଲା । ଏ ନୂଆଁଖାଇକୁ ଅପେକ୍ଷା କରିଥିବା ଦେଶ ବା ବିଦେଶକୁ ପଠାଇବା ପାଇଁ ସ୍ୱତନ୍ତ୍ର ଭାବେ ଭକ୍ତମାନେ ଅପେକ୍ଷା କରିଥାନ୍ତି । ଏ ବର୍ଷ ୫୦୦ରୁ ଅଧିକ ଭକ୍ତମାନେ ସୁଅ ଛୁଟିଥିଲେ ନବାନ୍ନ ନେବା ପାଇଁ । ଆଜି ବି ଏହି ପରଂପରା ଚାଲି ରହିଥିବା ବେଳେ ମୁଖ୍ୟ ପୂଜକ ମଳୟ ଦିସ୍ରୀ ଓ ତାଙ୍କ ପୁତ୍ର ଅଭିନାଶ ଦିସ୍ରୀ ବଣ୍ଟନ କରିଥିଲେ ।

jay balangir
Leave A Reply

Your email address will not be published.

8 + five =