csstore

କୁତମୁଣ୍ଡା ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ ମେହେର ଏସ୍‌ଡିଓ(ବିଏସ୍‌ଏନ୍‌ଏଲ୍‌) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ଆଇଆଇସି ସୌଦାମିନି ନାଗ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭଗବାନ ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ଏଥିରେ ଗ୍ରାମର ପୂର୍ବତନ ସରପଞ୍ଚ ବନମାଳୀ ମେହେର, ଗୌନ୍ତିଆ ନରେନ୍ଦ୍ର ମେହେର, ପ୍ରଶାନ୍ତ ସାହୁ, ଡିଲେଶ୍ଵର ମୁଣ୍ଡା, ପ୍ରହଲ୍ଲାଦ କୁମ୍ଭାର, ଭଜରାଜ ଖୁଟଲା, ନରେଶ ଛତର, ଅମିତ ମେହେର, ସୁଆଧିନ ଦେହୁରୀ, ପର୍ହଲାଦ ଚନ୍ଦନ, ପରାଧିନ ଦେହେରୀ, ସୁଷିଳ ମେହେର, ଗୋବିନ୍ଦ ଦେହୁରୀ, ମନୋଜ ମେହେର, ବିକାଶ ଥପା, ରବି ନାଗ, ସୁନୀଳ ମେହେର, ସୁରେସ ଧରୁଆ, ବିଜୁ ଦେହେରୀ, ଅନୁଷ୍ଠାନର ସଭାପତି ସଞ୍ଜୀବ ମେହେର ଓ ସମ୍ପାଦକ ଭେଲାରାମ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉକ୍ତ ଗ୍ରାମର ଚୌକିଦାର ରୋହିତ କୁମ୍ଭାର, ଝାଙ୍କର ମକରଧ୍ୱଜ ବରିହା ଓ କରକେରୁ ବରିହା ଏବଂ ସକାଳ ଖବରକାଗଜର ଭଇଁଷା ପ୍ରତିନିଧି ସଚ୍ଚିଦାନନ୍ଦ ମହାକୁର (ସୁବ୍ରତ)ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଗ୍ରାମର ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କୁ ନେଇ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.