pakka

ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମାନ ପୋଡି ପାଉଁଶ

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ନୀଳକାନ୍ତ ଗଡତ୍ୟା ନାମକ ଜଣେ ଦୋକାନୀଙ୍କ ଦୋକାନରେ ଆଜି ସକାଳ ଭୋରରୁ ସର୍ଟ ସର୍କିଟ ହୋଇ ଦୋକାନ ଜଳି ଯାଇଛି । ଦୋକାନୀ ଜଣକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ କସମେଟିକ୍ସ ସାମଗ୍ରୀ ବିକ୍ରି କରୁଥିଲେ । ବ୍ୟକ୍ତି ଜଣକଙ୍କ କହିବା ଅନୁସାରେ ରଥଯାତ୍ରା ଉପଲକ୍ଷେ ଦୋକାନରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ରଖିଥିଲେ । ସୂଚନାଯୋଗ୍ୟ ଯେ, ନୀଳକାନ୍ତ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଏହି ଦୋକାନ ଉପରେ ନିର୍ଭର କରୁଥିଲେ । ସକାଳ ୫ଟା ବେଳେ ତାଙ୍କ ଦୋକାନରେ ହଠାତ୍ ନିଆଁ ଲାଗି ଯାଇଥିବାରୁ ଦୋକାନ ବାହାରେ ଧୂଆଁ ଦେଖି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତଥାପି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଦୋକାନ ମାଲିକ ଶ୍ରୀ ଗଡତ୍ୟାଙ୍କ କହିବା ଅନୁଯାୟୀ ସେ ଗତକାଲି ରାତିରେ ଦୋକାନ ଠିକ୍‌ ଠାକ୍‌ ଭାବେ ବନ୍ଦ କରି ଘରକୁ ଯାଇଥିଲେ । ଏବିଷୟରେ ଅଗ୍ନିଶମ ବିଭାଗ ଅଧିକାରୀ ଜୟ ଗୋପାଲ ପଣ୍ଡାଙ୍କୁ ପଚାରିବାରୁ ବିଦ୍ୟୁତ ସରବରାହ ବ୍ୟାଘାତ ଯୋଗୁଁ ସର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିବା ପ୍ରକାଶ କରିଛନ୍ତି । ଦୋକାନରେ କ୍ଷୟକ୍ଷତି ବହୁ ପରିମାଣରେ ହୋଇଥିବାରୁ ଦୋକାନ ମାଲିକଙ୍କୁ ଏକ ବଡ଼ ଆଘାତ ହୋଇଥିବା ବେଳେ ସରକାରଙ୍କ ତରଫରୁ ଉପଯୁକ୍ତ କ୍ଷତି ପୂରଣ ପାଇଁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

19 − 5 =

error: Content is protected !!