om academy

ସଇଁତଲା ବ୍ଲକ ୫ ଗୋଟି ସମବାୟ ସମିତି ନିର୍ବାଚନ ଶେଷ, ସାଂସଦଙ୍କ ନୋମିନି ପରାଜିତ 

jsm

ସଇଁତଳା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକର ୫ ଗୋଟି ପ୍ୟାକ୍ସଗୁଡିକରେ ଡାଇରେକ୍ଟର ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଏଥିରେ ଡୁଙ୍ଗୁରିପାଲି, ବୁଢ଼ାବାହାଲ, ଟିକ୍ରାପଡା, କୁମ୍ଭାରୀ ଓ କରମତଲା ସମବାୟ ସମିତିଗୁଡିକରେ ନିର୍ବାଚନ ଶେଷ ହୋଇଯାଇଛି । ଏହି ଟିକ୍ରାପଡା ସମବାୟ ସମିତି ନିର୍ବାଚନରେ ଡାଇରେକ୍ଟର ପଦବୀ ପାଇଁ ସାଂସଦ ନୋମିନି ଅକ୍ଷୟ ରଣା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ମୋହନ ନାଏକଙ୍କ ଠାରୁ ପରାଜିତ ହୋଇଛନ୍ତି । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଛି । ଏହି ଡୁଙ୍ଗୁରିପାଲି ପ୍ୟାକ୍ସରେ ୧୬ ଗୋଟି ୱାର୍ଡ ରହିଥିବା ବେଳେ ୬ଟି ୱାର୍ଡ ସଭ୍ୟ ନିର୍ଦ୍ୱନ୍ଦ ରହିଥିବା ବେଳେ ୮ ଗୋଟି ୱାର୍ଡର ନିର୍ବାଚନ ହୋଇଥିଲା । କରମତଳା ପ୍ୟାକ୍ସରେ ୧୫ ଗୋଟି ୱାର୍ଡ ରହୁଥିବା ବେଳେ ୧୦ ଜଣ ନିର୍ଦ୍ୱନ୍ଦ ରହିଥିବା ବେଳେ ୩ ଗୋଟି ୱାର୍ଡର ନିର୍ବାଚନ ହୋଇଥିଲା । ସେହିପରି ଟିକ୍ରାପଡାରେ ୧୫ ଗୋଟି ୱାର୍ଡରୁ ୮ ଜଣ ନିର୍ଦ୍ୱନ୍ଦ ରହିଥିବା ବେଳେ ୨ ଗୋଟି ୱାର୍ଡରେ ନିର୍ବାଚନ ହୋଇଥିଲା । କୁମ୍ଭାରୀ ପ୍ୟାକ୍ସରେ ୧୨ ଗୋଟି ୱାର୍ଡରୁ ୧୦ ଗୋଟି ସଭ୍ୟ ନିର୍ଦ୍ୱନ୍ଦ ରହିଥିବା ବେଳେ ୨ ଗୋଟି ୱାର୍ଡରେ ନିର୍ବାଚନ ହୋଇଥିଲା । ସେହିପରି ବୁଢାବାହାଲରେ ୧୫ ୱାର୍ଡରୁ ୧୦ ନିର୍ଦ୍ୱନ୍ଦ ରହିଥିବା ବେଳେ ୫ ଗୋଟି ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ହୋଇଥିଲା । ହେଲେ ନାମ ନ ଥାଇ ଜଣେ ଭୋଟ ଦେଇଥିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସ୍ରୁଷ୍ଟି ହୋଇଥିଲା । ପରେ ପୋଲିସ ଓ ସେକ୍ଟର ଅଫିସର ପହଂଚି ନାମ ନ ଥିବା ଭୋଟକୁ ରିଜେକ୍ଟ କରାଯାଇଥିଲା । ଯାହା ଫଳରେ ଉତ୍ତେଜନା ପରିସ୍ଥିତି ଶାନ୍ତ ଫେରି ଆସିଥିଲା ।

Leave A Reply

Your email address will not be published.