pakka

ବଲାଙ୍ଗିର ଜିଲ୍ଲାରେ ପୌର ପରିଷଦ ନିର୍ବାଚନ ପାଇଁ ଆଜି ପର୍ଯ୍ୟନ୍ତ ମାତ୍ର ୨ଟି ନାମାଙ୍କନ ପତ୍ର ଦାଖଲ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ପରିଷଦ ନିର୍ବାଚନ ପାଇଁ ଗତ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କେବଳ ୨ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨ ତାରିଖ ଦିନ ପାଟଣାଗଡ଼ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ପଦବୀ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ବଲାଙ୍ଗିର ପୌର ପରିଷଦର କାଉନ୍‌ସିଲର୍‌ ପଦବୀ ପାଇଁ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ନିର୍ବାଚନ ବିଧି ବ୍ୟବସ୍ଥା ଅନୁସାରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ ।

jay balangir
Leave A Reply

Your email address will not be published.

19 + nine =