pakka

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ରବୀନ୍ଦ୍ର ପଣ୍ଡା ନିଯୁକ୍ତ

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ରବିବାର ରାଜ୍ୟପାଳ ତଥା ବିଶ୍ୱ ବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ପଣ୍ଡା ୪ ବର୍ଷ ପର୍ଯ୍ୟନ୍ତ କୁଳପତି ଦାୟିତ୍ୱରେ ରହିବେ । ସୂଚନାଯୋଗ୍ୟ, ୨୯ ବର୍ଷର ଅଧ୍ୟାପନା ଅଭିଜ୍ଞତା ଥିବା ପ୍ରଫେସର ପଣ୍ଡା ବରୋଦା ସ୍ଥିତ ମହାରାଜା ସାୟାଜୀରାଓ ୟୁନିଭର୍ସିଟିରେ କାର୍ଯ୍ୟରତ । ଏଥିସହ ସେ ୪୫ଟି ପୁସ୍ତକ ରଚନା କରିବା ସହ ୧୦ଜଣ ପିଏଚଡି ଗବେଷକଙ୍କୁ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି ।

Leave A Reply

Your email address will not be published.

eighteen + 8 =