pakka

ନାଇଟ୍ କୋଚ୍ ବସ୍‌ରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର

bbehera

ସମ୍ଵଲପୁର : ବୁର୍ଲାରୁ ଭୁବନେଶ୍ୱର ଅଭିମୁଖେ ଚାଲୁଥିବା ଘରୋଇ ବସ୍ ନାଗରାଜରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବସ୍‌ଟି ଗୁରୁବାର ଭୁବନେଶ୍ୱର ନଯାଇ ବୁର୍ଲାରେ ରହିଥିଲା । ବୁର୍ଲା ଏମସିଏଲ ନିକଟରେ ପାୱାର ଚ୍ୟାନେଲ କୂଳରେ ବସ୍‌ଟି ଛିଡା ହୋଇଥିଲା । ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ବସ୍‌ରେ ହଠାତ ନିଆଁ ଲାଗିଯାଇଥିଲା । ଏହି ସମୟରେ ବସ୍ ମଧ୍ୟରେ କଣ୍ଡକ୍ଟର ବସିଥିଲେ । ନିଆଁ ଲାଗିବା ଜାଣିବା ପରେ ସେ ବାହାରକୁ ଚାଲି ଆସିଥିଲେ । ଏହା ପରେ ସେ ବୁର୍ଲା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ବସ୍‌ର ୮୦ପ୍ରତିଶତ ଜଳି ସାରିଥିଲା । ଏନେଇ ବୁର୍ଲା ଅଗ୍ନିଶମ ଅଧିକାରୀ ଲୋକେଶ୍ୱର ପଟେଲ ସୂଚନା ଦେଇଛନ୍ତି । ତେବେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ଦୁଇଟି ଅଗ୍ନିଶମ ନିୟୋଜିତ ହୋଇଥିଲେ । ନିଆଁ ଆୟତ୍ତ ହେଉ ହେଉ ବସ୍ ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

seventeen + seven =