ବୌଦ୍ଧ ଜିଲ୍ଲାରେ ବିଜେପିର ମହାମିଶ୍ରଣ ପର୍ବରେ ସାମିଲ୍ ହେଲେ ଶହ ଶହ ବିଜେଡି କର୍ମୀ ଓ ନେତା

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ତରଫରୁ ମହାମିଶ୍ରଣ ପର୍ବ ଓ ଜନସମାବେଶରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ୪୫.୨ ଡ଼ିଗ୍ରୀ ରେକଡ଼ ତାପମାତ୍ରା ସତ୍ତ୍ୱେ ସହସ୍ରାଧିକ ଲୋକ ଏହି ସମାବେଶରେ ଯୋଗ ଦେଇଥିଲେ । ଶହ ଶହ ବିଜେଡି କର୍ମୀ ଓ ନେତା ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଏହି ସମାବେଶରେ ବିଜେପି ଦଳରେ ଯୋଗ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କନ୍ଧମାଳ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାନସଭା ପ୍ରାର୍ଥୀ ସରୋଜ ପ୍ରଧାନ, ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଇତ୍ୟାଦିବିଜେପିର ପ୍ରମୁଖ ନେତାମାନେ ସେମାନଙ୍କୁ ପଦ୍ମ ଚିହ୍ନ ଥିବା ଉପଢୌକନ ଦେଇ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥଲେ । ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ଜିଲ୍ଲାରେ ୨୫ ବର୍ଷର ବିଜେଡି ଶାସନରେ ବିକାଶ କାହିଁ ବୋଲି ପ୍ରଶ୍ନ କରିଥିଲେ । ୨୦୨୪ ନିର୍ବାଚନ ପାଇଁ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ଲୋକମାନଙ୍କ ଆଶୀର୍ବାଦ୍‌ ହେଲେ ବିକଶିତ ବୌଦ୍ଧର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ୨୦୨୪ କନ୍ଧମାଳ ନିର୍ବାଚନ ମଣ୍ଡଳୀର ଲୋକସଭା ପ୍ରାର୍ଥୀ ଡବଲ ଇଞ୍ଜିନ ସରକାର ପାଇଁ ଲୋକଙ୍କୁ ଆହ୍ୱାନ ଦେବା ଶହ ଦୀର୍ଘ ୨୫ ବର୍ଷ ବିଜେଡି ଶାସନ ସତ୍ତ୍ୱେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ଵାସ୍ଥ୍ୟ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଥିଲେ । ଶେଷରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନରୁ ଉଠି ଅଭିଭାଷଣ ପ୍ରଦାନ କରିବାକୁ ଗଲା ବେଳେ ଭାରତ ମାତା କି ଜୟ, ଜୟ ଶ୍ରୀରାମ ଶବ୍ଦରେ ସଭା ସ୍ଥଳ ପ୍ରକମ୍ପିତ ହୋଇ ଉଠିଥିଲା । ଶ୍ରୀ ପ୍ରଧାନ ୪୬ ଡ଼ିଗ୍ରୀ ତାପମାତ୍ରା ଓ ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଏତେ ସଂଖ୍ୟାରେ ଲୋକଙ୍କ ସମାଗମ ଦେଖି ଏହା ମୋଦୀଜୀଙ୍କ ଉପରେ ଜନତା ଜନାର୍ଦ୍ଦନଙ୍କ ଭଲପାଇବା ବୋଲି କହି ଏଥର ୪୦୦ ପାର୍ ଓ ଦେଶ ଓ ରାଜ୍ୟରେ ଡବଲ୍‌ ଇଞ୍ଜିନ ସରକାର ନିଶ୍ଚିତ ବୋଲି ସମସ୍ତଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.