pakka

ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ଜୀଅନ୍ତା ପୋଡ଼ିଦେଲା ସ୍ୱାମୀ

bbehera

ଝାରସୁଗୁଡ଼ା : ପାରିବାରିକ କଳହକୁ ନେଇ ଝଗଡ଼ା ପରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ଜୀଅନ୍ତା ପୋଡ଼ିଦେଲା ସ୍ୱାମୀ। ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମହୁଲପଡ଼ା – ଚିଠୁଆପଡ଼ାରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି । ସସ୍ମିତା ଓରାମ(୧୯)ଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ, ମୃତ ସସ୍ମିତାଙ୍କ ସ୍ୱାମୀ ରାଜେଶ ଓରାମ(୨୨)ଙ୍କୁ ପୁଲିସ୍‌ ଗିରଫ କରିଛି । ବର୍ଷକ ତଳେ ରାଜେଶ ଓ ସସ୍ମିତାଙ୍କର ବିବାହ ହୋଇଥିଲା । ରାଜେଶ ଶ୍ରମିକ ଭାବେ କାମ କରୁଥିଲେ । ବିବାହ ପରଠାରୁ ପ୍ରତିଦିନ ଉଭୟଙ୍କ ମଧ୍ୟରେ ପାରିବାରିକ ଘଟଣାକୁ କେନ୍ଦ୍ର କରି ଝଗଡ଼ା ଲାଗି ରହୁଥିଲା । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ରାଜେଶ କାମରୁ ଫେରିବା ପରେ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରାଜେଶ ଉତ୍ତ୍ୟକ୍ତ ହୋଇ ସସ୍ମିତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ସସ୍ମିତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସସ୍ମିତାଙ୍କର ମୃତ୍ୟୁ ଘଟିଛି ।

jay balangir
Leave A Reply

Your email address will not be published.

one + 20 =