csstore

ନିଟ୍‌ରେ ଅନିକେଶଙ୍କ ସଫଳତାକୁ ନେଇ ସଇଁତଲାରେ ବେଶ ଉତ୍ସାହ

ସଇଁତଲା, (ପ୍ରମୋଦ ସେଲମା) : ସଇଁତଲା ସହରର ବାସିନ୍ଦା ତଥା ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ପୁଅ ବଲାଙ୍ଗିର ଯୁବୋଦୟ ଛାତ୍ର ଅନିକେଶ ପାଣିଗ୍ରାହୀ ସମୁଦାୟ ୬୨୪ ମାର୍କ ରଖି ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଡିକାଲ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ପ୍ରଥମ ପ୍ରୟାସରେ ନିଟ୍‌ରେ ସଫଳତା ହାସଲ କରିଛନ୍ତି । ଅନିକେଶ ହେଉଛନ୍ତି ପୂର୍ବତନ ଗ୍ରାମ ପଞ୍ଚାୟତ ଅଧିକାରୀ ସ୍ବର୍ଗତ ସଚିକାନ୍ତ ପାଣିଗ୍ରାହୀଙ୍କ ଦ୍ଵିତୀୟ ନାତି ଓ ସଇଁତଲା ଓକିଲ ସଂଘର ସଭାପତି ତଥା ସରକାରୀ ଓକିଲ ମାନଭଞ୍ଜନ ପାଣିଗ୍ରାହୀଙ୍କ ପୁତୁରା ଅଟନ୍ତି । ସେ ଏହି ବର୍ଷ ସିବିଏସ୍‌ଇ +୨ ପରୀକ୍ଷାରେ ୯୪.୫ ପ୍ରତିଶତ ନମ୍ବର ରଖିଥିଲେ । ଅନିକେଶଙ୍କ ସଫଳତାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ସମାଜସେବୀ ମଦନଲାଲ ଅଗ୍ରୱାଲ, ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରମୋଦ ସେଲମା, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁଙ୍କ ସମେତ ସଇଁତଲା ଅଞ୍ଚଳର ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.