pakka

ବିଶ୍ୱ ରକ୍ତଦାତା ଦିବସ : ଶରୀରଦାନ, ଚକ୍ଷୁଦାନ ସହ ରକ୍ତଦାନ

bbehera

ବରଗଡ, (ନିରୋଜ କୁମାର ପାଣୀ) : କଲ୍ୟାଣୀ ସଂସ୍ଥା ତାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆଜି “ବିଶ୍ୱ ରକ୍ତଦାତା ଦିବସ” ଅବସରରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଏବଂ ଦଶଟି ସକ୍ରିୟ ଅଗ୍ରଣୀ ସଂଘକୁ ନେଇ ମିଳିତ ଭାବେ ବିଜୁ ପଟ୍ଟନାୟକ ଟାଉନହଲଠାରେ ପାଳନ କରିଛି । ଆଜିର ଏହି କାର୍ଯ୍ୟକ୍ରମକୁ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଓ ବରଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କଲ୍ୟାଣୀ ସଂସ୍ଥା ସହ ଅନ୍ୟାନ୍ୟ ସଂଗଠନକୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହା ସହିତ ଶରୀରଦାତା, ଚକ୍ଷୁଦାତା ଏବଂ ରକ୍ତଦାତାଙ୍କୁ ସମ୍ମାନ ପତ୍ର ପ୍ରଦାନ କରିଥିଲେ । କଲ୍ୟାଣୀ ସଂସ୍ଥାର ମୁଖ୍ୟ ପାଣ୍ଡବ କର୍ଣ୍ଣ ଉଲ୍ଲେଖ କରିଥିଲେ ଯେ, ପ୍ରତିବର୍ଷ ଏହିପରି ରକ୍ତଦାନ ସହ ଚକ୍ଷୁଦାନ ଓ ଶରୀରଦାନକୁ ମଧ୍ୟ ସୁଚାରୁ ରୂପେ ପରିଚାଳନା କରାଯିବ । ଏହା ପୂର୍ବରୁ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ଆହତମାନଙ୍କୁ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ରକ୍ତଦାତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା ଶ୍ରୀ କର୍ଣ୍ଣ ଉଲ୍ଲେଖ କରିଥିଲେ । ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ବୈଷୟିକ ତତ୍ୱାବଧାନରେ ବିଜୁ ପଟ୍ଟନାୟକ ଟାଉନ ହଲରେ ଏହି ଶିବିର ସକାଳ ୭ ଟାରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଏହି ସଭାରେ ଆବାହକ କଲ୍ୟାଣୀ ଅନୁଷ୍ଠାନ ସହ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ଝାଙ୍କର, ସଂଗଠନ ସଂପାଦକ କେଦାର ମିଶ୍ର, ଉପ ସଭାପତି ଭାରତ ଦାଶ ସହସଂପାଦକ ଗୋବିନ୍ଦ ଦାଶ, ଦେବୀ ପଟ୍ଟନାୟକ, ପବିତ୍ର ଦେହେରୀ, ପବିତ୍ର ସରାଫ ଓ ଆହୁରି ଅନେକ ଜନ କଲ୍ୟାଣ ସେବା ଟ୍ରଷ୍ଟ, ସମ୍ବିଧାନ ସୁରକ୍ଷା ମଞ୍ଚ, ଜୟନ୍ତୀ ଯୁବକ ସଂଘ, ମା’ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଭିଏସ୍‌ଏସ୍‌ ନଗର, ମଡ଼ର୍ନ ପବ୍ଲିକ ସ୍କୁଲ, ଆଇନଜୀବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଖଣ୍ଡତା ଗ୍ରାମ ପଂଚାୟତ, ମାହେଶ୍ୱରୀ ଗୃପ ଅଫ ଇନ୍‌ଷ୍ଟିଚ୍ୟୁସନ, ଦି ପାୟୋନିଅରର ଶ୍ରୀ ରଥ, ଓବିସି ଯୁବ ମଞ୍ଚ, ଜିଲ୍ଲା ଏଚିଭର୍‌ ହେଲ୍ପ ଫାଉଣ୍ଡେସନର ପ୍ରାୟ ୩୫ ଜଣ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

2 × 1 =

error: Content is protected !!