pakka

ଡ. ରାମକୃଷ୍ଣ ସାହୁଙ୍କୁ ନାଟ୍ୟରତ୍ନ ସମ୍ମାନରେ ସମ୍ମାନୀତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ବିଶିଷ୍ଟ ସମାଜସେବୀ, ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା, ନାଟ୍ୟକାର ଡ. ରାମକୃଷ୍ଣ ସାହୁଙ୍କୁ ଗୁରୁବାର ବ୍ରହ୍ମପୁରସ୍ଥ ଜାତୀୟ ସଙ୍ଗୀତ କଳାକେନ୍ଦ୍ର ପରିସରରେ ରାଜାଧୀରାଜ ଦେବରାଜ ପାଠାଗାର ସାହିତ୍ୟ ଅନୁଷ୍ଠାନ, ବ୍ରହ୍ମପୁର ଦ୍ଵାରା ନାଟ୍ୟରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ରାଜାଧିରାଜ ଦେବରାଜ ପାଠାଗାର ସାହିତ୍ୟ ଅନୁଷ୍ଠାନର ପଞ୍ଚମ ବାର୍ଷିକ ଉତ୍ସବ ତଥା କବି-ତିଳକ ସ୍ୱର୍ଗତ ଦେବରାଜ ତ୍ରିପାଠୀଙ୍କ ସମାରୋହ ଅବସରରେ ନାଟକ ତଥା ଚଳଚ୍ଚିତ୍ର ଓ ଦୂରଦର୍ଶନ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ନାଟ୍ୟରତ୍ନ ସମ୍ମାନରେ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମଟିକୁ ବିଷ୍ଣୁ ପ୍ରସାଦ ତ୍ରିପାଠୀ ଆୟୋଜିତ କରିଥିବା ବେଳେ ସୁଶ୍ରୀ ସୁରେଶୀ ତ୍ରିପାଠୀ ସଭାପତିତ୍ବ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର୍ କୃଷ୍ଣଚନ୍ଦ୍ର ଜେନା ମୁଖ୍ୟଅତିଥି, ଶିକ୍ଷାପ୍ରଦୀପ ଦେବୀ ପ୍ରସାଦ ସାହୁ ମୁଖ୍ୟବକ୍ତା, ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁର ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା ତଥା ସାହିତ୍ୟିକ ସୁଶାନ୍ତ ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସୁଶ୍ରୀ ନିହାରିକା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଶ୍ରୀମତୀ ସୁଧାଞ୍ଜଳି ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ଶ୍ରୀମତୀ ବନ୍ଦନା ମହାପାତ୍ର କାର୍ଯ୍ୟକ୍ରମଟିକୁ ସହପରିଚାଳନା କରିଥିଲେ ।

Leave A Reply

Your email address will not be published.

eighteen − fifteen =