pakka

ଶାନ୍ତି ତପୋବନ ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସଂଯୁକ୍ତ ଯୁବ ସଂଗଠନ, ବରଗଡ଼ ଆନୁକୂଲ୍ୟରେ ଆଜି ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ଛକ ଠାରେ ସୁରମ୍ୟ ପରିବେଶରେ ଦଶମ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାଆଡମ୍ବରେ ପାଳିତ ହୋଇଯାଇଛି । ବରିଷ୍ଠ ସମାଜସେବୀ ମୂଳଜୀ ପ୍ରଧାନ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପରେ ବରିଷ୍ଠ ମାନଙ୍କ ପଦପୂଜନ ପୂର୍ବକ ଗୀତା ପୁସ୍ତକ, ତୁଳସୀ ମାଳ ଓ ଉତ୍ତରୀୟ ପ୍ରଦାନ କରିଥିଲା । ସଂଗଠନର ପ୍ରାକ୍ତନ ସଭାପତି ଅଧ୍ୟାପକ ରମାକାନ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଭାପତି ସୁରେନ୍ଦ୍ର ମେହେର ସ୍ୱାଗତ ସାମର୍ଦ୍ଧନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଗଠନର ସମ୍ପାଦକ ଦେବଦତ୍ତ ତ୍ରିପାଠୀ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ବରଗଡ଼ ଅତିରିକ୍ତ ଜିଲ୍ଲପାଳ ମିର୍ଧା ଟପ୍ପୋ, ମୁଖ୍ୟବକ୍ତା ଅବସର ପ୍ରାପ୍ତ ଅଧ୍ୟକ୍ଷ ନାରାୟଣ ପ୍ରସାଦ ରାୟଗୁରୁ ତରଭା କଲେଜ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଟେକଚାନ୍ଦ ଦୁଆନ, ଶ୍ରୀମତୀ ଅନିତା ଲାଟ ସଭାପତି ଲାୟନ୍ସ କ୍ଳବ ବରଗଡ଼ ଓ ଜଗଦିଶ ପ୍ରଧାନ ସମ୍ପାଦକ ଭଟିଳି ବରିଷ୍ଠ ନାଗରିକ ସଂଘ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ନାଗରିକ ସମାଜର ମୂଲ୍ୟବାନ ସମ୍ବଳ ଏବଂ ସେମାନେ ଜୀବନର ଶେଷ ଯାଏ ଏକ ସମ୍ମାନନୀୟ ଆନନ୍ଦମୟ ଜୀବନ ବଂଚିବାର ଅଧିକାରୀ ଅଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶେଷରେ ସଂଗଠନର ସଭ୍ୟ ପ୍ରଦେଶୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଲାୟନ୍ସ କ୍ଲବ ବରଗଡ ତରଫରୁ ମାଗଣା ଚକ୍ଷୁ ଓ ଡାଏବେଟିସ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.

3 × five =