pakka

ରଜା ମହଲ ଏବଂ ଶ୍ରୀ କୃଷ୍ଣ ସୋହେଲା ଭବନର ଶିଳାନ୍ୟାସ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ବ୍ଲକ ମହକୁମାରେ ଆଜି କଲ୍ୟାଣ ମଣ୍ଡପ (ରଜା ମହଲ) ଏବଂ ଶ୍ରୀ କୃଷ୍ଣ ସୋହେଲା ଭବନର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଶିଳାନ୍ୟାସ ସହ ଭୂମି ପୂଜନ କରିଥିଲେ । ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଭବନରେ ସମସ୍ତ ସାମୁହିକ କାର୍ଯ୍ୟ କରାଯିବ । ଏହା ନିର୍ମାଣ ହେବା ପରେ ବହୁ ଲୋକ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ କହିଥିଲେ । ସଭାରେ ବିଡ଼ିଓ ବିଶ୍ୱରଞ୍ଜନ କର, ସହକାରୀ ଯନ୍ତ୍ରୀ ନରେଶ ଅଗ୍ରୱାଲଙ୍କ ସମେତ ବାସୁଦେବ ଫରୁଆ, ମଣି ରଣା, ପଞ୍ଚାନନ ବେହେରା, ଇନ୍ଦ୍ରଜିତ ନାଏକ, ମନୋହର ମାଝୀ, ଗଙ୍ଗାଧର ବାଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 − nine =