pakka

ସିଂବାହାଲି ଗାଁକୁ ରାଜସ୍ୱ ମାନ୍ୟତା ଘୋଷଣା କରିବା ପାଇଁ ଅତିରିକ୍ତ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନେକ ଗାଁକୁ ସରକାର ରାଜସ୍ବ ମାନ୍ୟତା ଘୋଷଣା କରିନଥିବା ଅନେକ ଥର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ପଞ୍ଚାୟତ ୬ ନମ୍ବର ୱାର୍ଡ ଖ ବସ୍ତି ସିଂବାହାଲି ଗାଁକୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ରାଜସ୍ବ ମାନ୍ୟତା ଘୋଷଣା କରି ନାହାନ୍ତି ଫଳରେ ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଗତକାଲି ସ୍ଥାନୀୟ ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆଙ୍କୁ ଗ୍ରାମବାସୀ ମାନେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ଉକ୍ତ ଗାଁକୁ ରାଜସ୍ବ ମାନ୍ୟତା ଘୋଷଣା କରାଯାଇ ନଥିବା ଯୋଗୁଁ ସରକାରୀ ଯୋଜନାର ଲାଭ ପାଇ ପାରୁନ ଥିବା ଲୋକେ ଅଭିଯୋଗ କରୁଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ଶାନ୍ତନୁ ରଣା, ଭଗତ ରାମ ରଣା, ସୁରଲୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

eight + nineteen =