pakka

ନାଳ ପାର ହେବା ବେଳେ ଭାସିଗଲେ ମହିଳା : ମୃତଦେହ ଉଦ୍ଧାର

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ନିକଟ ଏକ ନାଳରେ ଗୁରୁବାର ସନ୍ଧ୍ୟାରେ ଭାସି ଯାଇଥିାଲ । ଶୁକ୍ରବାର ସକାଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମୃତକ ଜଣ ହେଲେ ଗାଡ଼ିଆପଡ଼ା ଗ୍ରାମର ସୁମିତ୍ରା ଜାନୀ । ସେ ଛେଳି ଚରାଇ ଯାଇ ସନ୍ଧ୍ୟାରେ ଫେରୁ ଥିବା ସମୟରେ ନାଳ ପାରି ହେଉଥିଲେ । ସେହି ସମୟରେ ନାଳରେ ହଠାତ ବନ୍ୟା ଜଳ ଆସିଯିବା ଫଳରେ ସୁମିତ୍ରା ପାଣି ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଖୋଜା ଖୋଜି କରିବା ପରେ ମୃତ ଦେହ ମିଳିଥିଲା । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏ ନେଇ ଖଜୁରୀପଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି । ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ ସରକାରୀ କ୍ଷତି ପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

seven + 7 =