pakka

ପୌର ପରିଷଦରେ ପରିବର୍ତ୍ତନ ଆଣନ୍ତୁ, ହାତ ଚିହ୍ନରେ ଭୋଟ ଦିଅନ୍ତୁ : ନରସିଂହ

bbehera
  • ୱାର୍ଡ ନଂ.୮,୯,୧୪,୧୮ ନରସିଂହଙ୍କ ଜୋରଦାର ନିର୍ବାଚନୀ ପ୍ରଚାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌର ପରିଷଦରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ତିନି ତିନି ଥର ଦୀର୍ଘ ୧୫ ବର୍ଷ ପର୍ଯ୍ୟନ୍ତ ଲୋକେ ଭୋଟ ଦେଇ ବିଜୟୀ କରିଥିବାରୁ ସେହି ନିର୍ଦ୍ଦିଷ୍ଟ ଦଳଟି ଅହଂକାରୀ ଏବଂ ଏକଛତ୍ରବାଦୀ ହୋଇଗଲାଣି । ଗତ ତିନୋଟି ପାଳିର ଅଧ୍ୟକ୍ଷ/ଅଧ୍ୟକ୍ଷା ପୌର ପରିଷଦର ବିକାଶ ପରିବର୍ତେ ବିନାଶ କରିଛନ୍ତି । ବର୍ଜ୍ୟବସ୍ତୁ ପରିଚାଳନା, ନାଳନର୍ଦ୍ଦମା ସଫେଇ, ବନ୍ଧ ପୋଖରୀ ସୁରକ୍ଷା ତଥା ବିଭିନ୍ନ ସରକାରୀ ଯୋଜନାରେ ଆସୁଥିବା କୋଟି କୋଟି ଟଙ୍କାକୁ ହରିଲୁଟ କରି ସେମାନେ ନିଜର ବ୍ୟକ୍ତିଗତ ସମ୍ପତ୍ତି ବୃଦ୍ଧି କରିଛନ୍ତି । ପୌରାଞ୍ଚଳ ମଧ୍ୟରେ ବିଜେଡି ଦଳର ସେହି ପୂର୍ବ ଅଧ୍ୟକ୍ଷ/ଅଧ୍ୟକ୍ଷା ନିଜ ପାଇଁ କୋଟି କୋଟି ଟଙ୍କାର ଜମି ଓ କୋଠାବାଡି କିଣିଛନ୍ତି । ଏଣୁ ଏକ ଲୋକାଭିମୁଖୀ ପୌର ପରିଷଦ ଗଠନ ପାଇଁ ଲୋକେ ଏପରି ଏକ ଦୁର୍ନୀତି ଗ୍ରସ୍ତ ପୌର ପରିଷଦକୁ ପରିବର୍ତ୍ତନ କରନ୍ତୁ ଏବଂ କଂଗ୍ରେସ ଦଳର ଅଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁ ତଥା କଂଗ୍ରେସ ଦଳର ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ମାନ୍ୟବର ବିଧାୟକ ନରସିଂହ ମିଶ୍ର ପୌର ନିର୍ବାଚନ ପ୍ରଚାର ବେଳେ କହିଛନ୍ତି । ବଲାଙ୍ଗିର ପୋ÷÷ର ପରିଷଦ ୱାର୍ଡ ନଂ.୮ ରେ କାଉନସିଲର ପ୍ରାର୍ଥିନୀ ସୁଧା ସିଂଦେଓ, ୱାର୍ଡ ନଂ.୯ ରେ ସନ୍ତୋଷିନୀ କୁମ୍ଭାର, ୱାର୍ଡ ନଂ.୧୪ ର ପ୍ରାର୍ଥିନୀ ଜ୍ୟୋସ୍ନା ବେହେରା ଏବଂ ୱାର୍ଡ ନଂ.୧୮ ର ପ୍ରାର୍ଥୀ ସୁରେନ୍ଦ୍ର ଅଶ୍ୱପାଳଙ୍କ ପାଇଁ ଶ୍ରୀ ମିଶ୍ର ନିଳାଦ୍ରୀ ବିହାର, ଗୋକୁଳ ଧାମ, ରୟାସ ରେସିଡେ୍‌ନସି, ସିଲିକନ ଭେଲି, ବ୍ରାହ୍ମଣପଡା ଏବଂ ୱାର୍ଡ ନଂ.୧୪ର ବିଭିନ୍ନ ଗଳିକନ୍ଧି ବୁଲି ପଥପ୍ରାନ୍ତ ସଭା ଓ ଶୋଭାଯାତ୍ରା କରିଛନ୍ତି । ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ସରକାରୀ ଦଳର ଦୁର୍ନୀତି ଦିନକୁ ଦିନ ଅସହ୍ୟ ହେଲାଣି । ଏପରିକି ଗତ ପୌର ପରିଷଦର ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ମଶା ତେଲ, ଫିନାଇଲ ଓ ବ୍ଲିଚିଂ ପାଉଡର କିଣାରେ ଅର୍ଥ ଆତ୍ମସାତ କରି ନିଜର ବ୍ୟକ୍ତିଗତ ସମ୍ପତି ବଢାଇଛନ୍ତି । ଗତ ପୌର ପରିଷଦର ଆର୍ଥିକ କାରବାର ସମ୍ବନ୍ଧରେ ସିଏଜି ବଲାଙ୍ଗିର ପୌର ପରିଷଦ ଦ୍ୱାରା କିଣାଯାଇଥିବା ବିଭିନ୍ନ ପ୍ରକାର ବିଜୁଳି ଉପକରଣ, ଷ୍ଟ୍ରିଟ ଲାଇଟ ଏବଂ ଧୁଳିସଫା ମେସିନରେ ପ୍ରଚୁର ମାତ୍ରାରେ ଆର୍ଥିକ ଅନିୟମିତତା ହେଇଛି ବୋଲି ନିଜ ରିପୋର୍ଟରେ ପ୍ରକାଶ କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ସରକାରୀ ଦଳର ନେତା ମନ୍ତ୍ରୀଙ୍କୁ ଧରି ଗତ ପୌର ପରିଷଦ ଅମଳରେ ହୋଇଥିବା ଏହି ଆର୍ଥିକ ଦୁର୍ନୀତିକୁ ଚପେଇ ଦେଇଛନ୍ତି । ତେଣୁ ଏମାନଙ୍କୁ ପରିବର୍ତ୍ତନ ନ କଲେ ବଲାଙ୍ଗିରର ବିକାଶ ହେଇ ପାରିବ ନାହିଁ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଆଜି ଅନୁଷ୍ଠିତ ବିଭିନ୍ନ ସଭାମାନଙ୍କରେ ନଗର ସଭାପତି ବୁଲୁ ଦାନୀ, ଜିଲ୍ଲା ଉପସଭାପତି ଉମାକାନ୍ତ ସାହୁ, କିଶାନ ସେଲ ସଭାପତି ସାନନ୍ଦ ମିଶ୍ର, ବରିଷ୍ଠ ନେତା ଆର୍ତ୍ତତ୍ରାଣ ସିଂଦେଓ, ଛାତ୍ର ସଭାପତି ଅଙ୍କିତ ସାହୁ, ଚଗଲା ପରିଚ୍ଛା, ଟୁନା ମିଶ୍ର, ଲୋପନ ମିଶ୍ର ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

three × 4 =