pakka

ବଲାଙ୍ଗିରରେ ହରିହର ଭେଟ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ରାମସ୍ୱାମୀ ମନ୍ଦିରରେ ସଂପୂର୍ଣ୍ଣ ରୀତି ନୀତି ଓ ଆଧ୍ୟାତ୍ମିକ ପରିବେଶରେ ହରିହର ଭେଟ ସଂପନ୍ନ ହୋଇଯାଇଛି । ଟିକ୍ରାପଡା ଧୋବେଇ ନିବାସରୁ ରାଧାକୃଷ୍ଣଙ୍କ ବିଗ୍ରହକୁ ଆଡମ୍ବର ସହକାରେ ଏକ ପଟୁଆରାରେ ମାଲପଡା ରାମ ସ୍ୱାମୀ ମନ୍ଦିରରେ ପହଂଚି ଥିଲେ । ସେହିପରି ବାବା ଆଶୁତୋଷଙ୍କୁ ଆନନ୍ଦ ମଠରୁ ମହାଆଡମ୍ବରରେ କିର୍ତନ୍ୟ ମଣ୍ଡଳୀ ସହିତ ଏକ ଅଟୁଆରରେ ମାଲପଡା ରାମ ମନ୍ଦିରକୁ ଆସିଥିଲେ । ସେଠାରେ ସ୍ୱତନ୍ତ୍ର ଭାବେ ପୂଜା ଓ ରୀତିନୀତି ସଂପନ୍ନ କରାଯାଇଥିଲା । ହରି ପକ୍ଷରୁ ଚୁଡେନ୍ଦ୍ର ବେହେରା, ଦୁର୍ଗା ସାହୁ, ସୁନାଧର ବନଛୋର, ମଦନ ମୋହନ ରଥ, ତ୍ରିପୁରାରୀ ମିଶ୍ର, କହ୍ନେଇ ଭରାସାଗର, ରାଜୁ ମିଶ୍ର, କୃଷ୍ଣ ସାହୁ ପ୍ରମୁଖ ଏବଂ ହର କମିଟି ପକ୍ଷରୁ ଅଶୋକ ମିଶ୍ର ଓ ସଭ୍ୟମାନେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

9 + 3 =