pakka

କଂଟାବାଂଜି ଏନ୍‌.ଏ.ସି. ନିର୍ବାଚନରେ ତିନି ପ୍ରମୁଖ ଦଳ ଭାଜପା, କଂଗ୍ରେସ ଓ ବିଜେଡିର ଡୋର ଟୁ ଡୋର କ୍ୟାମ୍ପେନିଂଗ : ୱାର୍ଡ ନଂ. ୧୪ରେ ମାମୁଁ ଭଣଜା ଲଢେଇ

bbehera

କଂଟାବାଂଜି, (ମନିଷ କୁମାର ହଂସ) : ପୌର ନିର୍ବାଚନୀ ଯେତିକି ପାଖେଇ ଆସୁଛି ଭୋଟ ପ୍ରାଚର ସେତିକି ଯୋର ଧରିବାରେ ଲାଗିଛି । ଉଭୟ କଂଗ୍ରେସ, ଭାଜପା ଓ ବିଜେଡି ଦଳ ତରଫରୁ ନିଜ ନିଜର ଭୋଟ ପ୍ରଚାର ପାଇଁ ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ ଆରମ୍ଭ ହୋଇଛି । ଦୋଳ ପୂର୍ଣ୍ଣିମା ପରେ ରବିବାର ଦିନଠାରୁ ୱାର୍ଡ କାଉନସିଲର ପ୍ରତିନିଧିମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ରବିବାର ଦିନର ଡୋର ଟୁ ଡୋର କ୍ୟାମ୍ପେନିଙ୍ଗରେ କଂଗ୍ରେସ ତରଫରୁ ୱାର୍ଡ ନଂ. ୧୪ର କଂଗ୍ରେସ କାଉନସିଲର ପ୍ରାର୍ଥୀ ଗୁପ୍ତେଶ୍ୱର ତରିଆ ନିଜ ସମର୍ଥକମାନଙ୍କ ସହ ଚ୍ୟାରମେନ ପଦବୀ ପାଇଁ ଭୋଟ ଭିକ୍ଷା କରୁଥିବା ବେଳେ ଏହି ଶୋଭାଯାତ୍ରାରେ ନିଜାମ ଖାନ, ରମେଶ ତରିଆ, କୈଲାଶ ଦିପ, ଶମ୍ଭୁ ସିନ୍ଦୁର ସହ ଶତାଧିକ ମହିଳା ସାମିଲ ଥିଲେ ସେହିପରି ବିଜେଡି ତରଫରୁ କାଉନସିଲର ପ୍ରାର୍ଥୀ ମଧୁ ନାୟକ ନିଜର ସମର୍ଥକଙ୍କ ସହ ଚ୍ୟାରମେନ ପ୍ରାର୍ଥୀ ବିନୟ ବିଭାରଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଏହି ଶୋଭାଯାତ୍ରାରେ ଅଜୟ ଦାସ, ଶାନ୍ତନୁ ବିଭାର, ଛୋଟୁ ଖାନ ପ୍ରଚାରରେ ରହିଛନ୍ତି । ୱାର୍ଡ ନଂ. ୧୪ କାଉନସିଲର ଆସନଟି ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ କଂଗ୍ରେସର ତରିଆ ଏବଂ ବିଜେଡିର ନାୟକ ଉଭୟେ ରକ୍ତ ସଂପର୍କିୟ ମାମୁଁ ଭଣଜା ଅଟନ୍ତି । ମାମୁଁ ଭଣଜାର ଲଢେଇରେ ବିଜେପି ୱାର୍ଡ ନଂ.୧୪ର ଯୁବ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ କୈଲାଶ ସୁନା ମଧ୍ୟ ଦୁଇ ଜଣଙ୍କ ଲଢେଇରେ ତୃତୀୟର ବିଜୟ ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

fifteen + 1 =