om academy

ଶେଷ ଦିନରେ ୧୨୭ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

jsm

କଳାହାଣ୍ଡି, (ନରୋତ୍ତମ ସେଲମା) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଳର ଆଜି ଶେଷ ଦିବସରେ ସର୍ବମୋଟ ୧୨୭ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ୱାର୍ଡମେମ୍ବର ପଦବୀ ପାଇଁ ଆଜି ୯୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସମିତି ସଭ୍ୟ ପାଇଁ ଆଜି ୧୮ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ସରପଞ୍ଚ ପାଇଁ ୧୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜିକୁ ମିଶାଇ ସରପଞ୍ଚ ପାଇଁ ୫୧ଜଣ, ୱାର୍ଡମେମ୍ବର ପାଇଁ ୨୫୨ ଜଣ ଓ ସମିତି ସଭ୍ୟ ପାଇଁ ୫୬ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.