om academy

+୩ ନାମଲେଖା : ଦ୍ୱିତୀୟ ପର୍ଯ୍ୟାୟରେ ୩୯,୮୮୪ ଜଣ ମନୋନୀତ

jsm

ଭୁବ‌ନେଶ୍ୱର : ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ୩୯,୮୮୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୧,୧୬୫ ଜଣ ଛାତ୍ରୀ ଥିବା ବେଳେ ୧୮,୭୧୭ ଛାତ୍ର ଏବଂ ୨ କିନ୍ନର ରହିଛନ୍ତି । ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ୨୧,୦୪୧ ଜଣ ଥିବା ବେଳେ ସେଲ୍ଫ ଫାଇନାନ୍ସିଂରେ ୫୩୭, ବାଣିଜ୍ୟରେ ୩,୪୦୦, ଶାସ୍ତ୍ରୀରେ ୪୨୩, ଫିଜିକାଲ ସାଇନ୍ସରେ ୭,୭୦୭, ବାୟୋଲୋଜିକାଲ ସାଇନ୍ସରେ ୬,୭୭୬ ଛାତ୍ରଛାତ୍ରୀ ରହିଛନ୍ତି । ଆସନ୍ତା ୧୯ ତାରିଖ ସନ୍ଧ୍ୟା ୫ଟା ଭିତରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ୨୦ ତାରିଖ ଅପରାହ୍ନ ୨ଟାରେ ସାମ୍ସ ୱେବସାଇଟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଇ-ସ୍ପେସରେ ବଳକା ସିଟ୍ ତାଲିକା ପ୍ରକାଶ ପାଇବ । ୨୧ ତାରିଖ ପୂର୍ବାହ୍ନ ୧୧ଟାରୁ ୨୩ ତାରିଖ ରାତି ୧୧ଟା ୪୫ ଭିତରେ ଛାତ୍ରଛାତ୍ରୀ ସ୍ପଟ ନାମଲେଖା ପାଇଁ ଆବେଦନ କରିବେ । ତେବେ ଯେଉଁମାନେ ପୂର୍ବରୁ ଆବେଦନ କରିଥିବେ ସେହି ଛାତ୍ରଛାତ୍ରୀ କେବଳ ସ୍ପଟ ନାମଲେଖା ପାଇଁ ଆବେଦନ କରିପାରିବେ । ୨୮ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୨୮ ତାରିଖ ୨ଟାରୁ ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୫ଟା ଭିତରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇବେ ।

Leave A Reply

Your email address will not be published.