om academy

ବୌଦ୍ଧରେ ବିକାଶ ଦିବସ ପାଳିତ

jsm

ବୌଦ୍ଧ, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲାସ୍ତରୀୟ ବିକାଶ ଦିବସ ପାଳିତ ହୋଇଯାଇଛି । ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ତରଫରୁ ପ୍ରଥମେ ଜାମପାଲିରେ ଜାମପାଲି ଯୁବକ ସଂଘର ସହଭାଗୀତାରେ ସଭାପତି ବିଶ୍ୱନାଥ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଦହ୍ୟା ସ୍ଥିତ ଜୀବନ ବିକାଶ ଡିଗ୍ରୀ କଲେଜରେ ଅଧ୍ୟକ୍ଷ ସୁଶାନ୍ତ ଗୁରୁଙ୍କ ଅଧ୍ୟକ୍ଷତାରେ ବିକାଶ ଦିବସ ଅବସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ଗୁରୁ ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ଏହା ସହ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ଜାମପାଲି ଯୁବକ ସଂଘ ଓ ଗିରସିଙ୍ଗା ଯୁବକ ସଂଘର ମିଳିତ ଉଦ୍ୟମରେ ଏକ ବନ୍ଧୁତା ଫୁଟବଲ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମେ ଅଲୋନିଆ ଯୁବକ ସଂଘ ଏବଂ ବିରିଗଡ଼ ଯୁବକ ସଂଘକୁ ମଧ୍ୟରେ ମ୍ୟାଚ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ବିରିଗଡ଼ ଯୁବକ ସଂଘ ଚମ୍ପିୟାନ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ରେଫରି ପ୍ରହଲ୍ଲାଦ ଭୋକ୍ତା, ତାପସ ଭୋକ୍ତା, ଟିଲୁ ପ୍ରଧାନ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.