jayashree

ଅନସ୍ଲୋ ହାଇସ୍କୁଲରେ ବାଲ୍-ବୈଜ୍ଞାନିକ ମେଳା-୨୦୨୬

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର ସୁନାମଧନ୍ୟ ହାଇସ୍କୁଲ ଯାହାକି ୧୮୫୫ ମସିହାରେ ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଅବସ୍ଥିତ ପିଏମ୍-ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଗଣିତ-ବନାମ ବିଜ୍ଞାନ ମେଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଅଞ୍ଜନାଶ୍ରୀ ବାଡ଼ତ୍ୟାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡଃ. ଶର୍ମିଷ୍ଠା ପ୍ରିୟଦର୍ଶିନୀ ସମ୍ମାନିତ ଅତିଥି ରୂପେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ସୁଚିତ୍ରା ପାଣିଗ୍ରାହୀ ଏବଂ ଶିକ୍ଷାବିତ୍ ସଙ୍ଗୀତା ସାହୁ, ଶିକ୍ଷାବିତ୍ ସୁବ୍ରତ ପ୍ରଧାନ, ଏସ୍‌ଏମ୍‌ସି ସଭାପତି ଉମାଶଙ୍କର ଦାସ ଏବଂ କ୍ଲଷ୍ଟର ସ୍ତରୀୟ ଅଧିକାରୀ ଆଲୋକ କୁମାର ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ବିଜ୍ଞାନ, ଗଣିତ ଓ କମ୍ପ୍ୟୁଟର ଇତ୍ୟାଦି ବିଷୟରେ ୩୭୬ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏହାକୁ ଅଭିଭାବକ ମଣ୍ଡଳୀ ଏବଂ ଅତିଥୀଗଣ ଯୋଗଦେଇ ଭୂୟସୀ ପ୍ରଂଶସା କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରାୟ ୫୦୦ ଅଧିକ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.