om academy

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଆଲୋଚନାଚକ୍ର

jsm

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଏବଂ ଇକୋ କ୍ଲବ ତରଫରୁ ବିଶ୍ୱ ଓଜୋନ ଦିବସ ଅବସରରେ ‘ବିଶ୍ୱ ସୁରକ୍ଷାରେ ଓଜୋନ ବଳୟର ଭୂମିକା’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରକୁ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ତଥା ବୌଦ୍ଧ ଜିଲ୍ଲା ଇକୋ କ୍ଲବର ମୁଖ୍ୟ ପ୍ରଶିକ୍ଷକ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଉଦ୍‌ଘାଟନ କରି ଓଜୋନ ଦିବସର ଆଭିମୁଖ୍ୟ ଉପରେ ବର୍ଣ୍ଣନା କରିଥିଲେ । ଆଲୋଚକ ଭାବରେ ରସାୟନ ବିଭାଗର ଅଧ୍ୟାପିକା କରିଶ୍ମା ସେଠି ଯୋଗଦେଇ ଓଜୋନ ଗ୍ୟାସର ତିଆରି ଏବଂ ଏହା କିପରି ନଷ୍ଟ ହେଉଛି ସେ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟତମ ଆଲୋଚକ ଅଧ୍ୟାପିକା ଅମ୍ରିତା ମହାପାତ୍ର ଓଜୋନ ସ୍ତର କ୍ଷୟ ହେଲେ ଆମର କଣ ସବୁ କ୍ଷୟ ହେଉଛି, ସେ ବିଷୟରେ ବର୍ଣ୍ଣନା କରିଥିଲେ ।

Leave A Reply

Your email address will not be published.