om academy

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

jsm

ବୌଦ୍ଧ, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ବୌଦ୍ଧ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ମହିଳାମାନଙ୍କ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନ ଏବଂ ଯୋଜନା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲାର ମୁଖ୍ୟ ଦଣ୍ଡାଧିଶ ଅଧିକାରୀ ଅଧକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ବରିଷ୍ଠ ଦେବାନୀ ବିଚାରପତି, ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚିବ, ଜିଲ୍ଲାର ଅତିରିକ୍ତ ପୋଲିସ ଅଧୀକ୍ଷକ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବୌଦ୍ଧର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ବହୁମାତ୍ରାରେ ଭାଗ ନେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ ।

Leave A Reply

Your email address will not be published.