om academy

ପର୍ଯ୍ୟବେକ୍ଷଣ ଗୃହ ପରିଦର୍ଶନ କଲେ ଜିଲ୍ଲାପାଳ

jsm

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବୃନ୍ଦାବନ ଗ୍ରାମସ୍ଥିତ ନିର୍ମାଣାଧିନ ପର୍ଯ୍ୟବେକ୍ଷଣ ଓ ନିରୀକ୍ଷଣ ଗୃହ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଉପଜିଲ୍ଲାପାଳ ସନତ କୁମାର ନାଏକ, ଅଧିକ୍ଷଣ ଯନ୍ତ୍ରୀ ପୁର୍ତ୍ତ ବିଭାଗ ପ୍ରଭାତ ଦାଶ ଓ ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ ଏବଂ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ ପ୍ରକଳ୍ପର ଅସମ୍ପୂର୍ଣ୍ଣ କାର୍ଯ୍ୟ ତୁରନ୍ତ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେବା ସହିତ ଉଦ୍ୟାନ ନିର୍ମାଣ, ସଂଲଗ୍ନ ରାସ୍ତା ଏବଂ ବିଦ୍ୟୁତ ସଂଯୋଗୀକରଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.