pakka

ଷୋହଳ ପ୍ରହରୀ ନାମଯଜ୍ଞରେ ବରଗଡ ସାଂସଦ ଓ ପୂର୍ବତନ ବିଧାୟକଙ୍କ ଦର୍ଶନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୯ ତାରିଖ ଦିନ ଠାରୁ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ସୋଢା ଗ୍ରାମରେ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଛି । ନାମ ଯଜ୍ଞରେ ଯଜ୍ଞକର୍ତ୍ତା ଭାବରେ ଦେବାର୍ଚନ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ସୁବୋଦିନୀ ସାହୁ ବସିଥିବା ବେଳେ ଯଜ୍ଞରେ ପଣ୍ଡିତ ହୃଷିକେଶ ଦେବତା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ଆଜି ସୋଢା ଗ୍ରାମରେ ଅଖଣ୍ଡ ଷୋହଳ ପ୍ରହରୀ ନାମ ଯଜ୍ଞରେ ବରଗଡ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରିଷ୍ଠ ବିଜେପି ନେତା ସୁରେଶ୍ଵର ଶତପଥୀ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ପଦ୍ମପୁର କାଉସିଲ ଚିନ୍ମୟ ପଣ୍ତା ଗ୍ରାମକୁ ପହଞ୍ଚିଥିଲେ । ସୋଢା ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଯଜ୍ଞ ମଣ୍ଡପକୁ ପହଞ୍ଚି ଶ୍ରୀରାମ ପ୍ରଭୁଙ୍କୁ ଦର୍ଶନ କରି ଲୋକଙ୍କ ଜନହିତ ପାଇଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲେ । ଉକ୍ତ ନାମଯଜ୍ଞରେ ଡଙ୍ଗାଛଚା, ପଥୁରୀ, ବୁକୁରାମୁଣ୍ତା, ପିପଲିପାଲି, ମୁଲଘାଟ, ଟେମରୀ ଆଦି ୧୧ଟି ଦଳ ଅଂଶଗ୍ରହଣ କରିଥିଲେ । ଭକ୍ତ ମାନଙ୍କ ପାଇଁ ପ୍ରତ୍ୟେକ ଦିନ ଅନ୍ନଛତ୍ର ବ୍ୟବସ୍ଥା କରାଯାଇଛି । ନାମଯଜ୍ଞ ପରିଚାଳନା କମିଟି ସରପଞ୍ଚ ଦିଲ୍ଲୀପ ବେହେରା, ଟଙ୍କଧର ପ୍ରଧାନ, ଶ୍ୟାମ ରଣା, ସୁରେନ୍ଦ୍ର ପ୍ରଧାନ, ଚନ୍ଦ୍ରଭାନୁ ପଟେଲ, ଭଲାସିନୀ ରଣା, ଭୀଷ୍ମଦେବ ବେହେରା, ବିରଞ୍ଚି ରଣା ପ୍ରମୁଖ ପରିଚଳନା କରୁଛନ୍ତି । ଆସନ୍ତା କାଲି ନାମଯଜ୍ଞ ପୂର୍ଣ୍ଣାହୁତି ହେବ ବୋଲି ନାମଯଜ୍ଞ କମିଟି ତରଫରୁ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

sixteen + twenty =