pakka

ପାଣି ପାଇଁ ଡହକ ବିକଳ ହେଉଛନ୍ତି ଗାଈଗୋରୁ : ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଭିଏଚ୍‌ପି ନେତା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ଟୋପାଏ ପାଇଁ ବୁଲା ଗାଈଗୋରୁ ତଥା ଜୀବଜନ୍ତୁମାନେ ଡହକ ବିକଳ ହେଉଥିବା ବେଳେ ଏଥିପ୍ରତି ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଆଜି ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣକୁ ଏକ ଚିଠି ଲେଖିଥିବା ବେଳେ ସୋସାଇଟି ଫର୍‌ ପ୍ରିଭେନସନ୍‌ ଅଫ କୃଏଲଟି ଟୁ ଆନିମଲ (ଏସ୍‌ପିସିଏ) – ୧୯୬୦କୁ କଡାକଡି ଭାବରେ କାର୍ଯ୍ୟକାରୀ କରି ଜିଲ୍ଲାର ସମସ୍ତ ସହରାଞ୍ଚଳ, ବ୍ଲକ ମୁଖ୍ୟାଳୟ ତଥା ଜୀବଜନ୍ତୁଙ୍କ ଚଳ ପ୍ରଚଳ ସ୍ଥାନ ମାନଙ୍କରେ ଅଧିକ ମାତ୍ରାରେ ଜଳକୁଣ୍ଡ ସ୍ଥାପନ କରିବା ପାଇଁ ଦାବୀ କରିଛନ୍ତି । ଶ୍ରୀ କୁସୁମ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଦିନକୁଦିନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳଉତ୍ସ ଗୁଡିକ ଶୁଖି ଯାଇଥିବା ଯୋଗୁଁ ବୁଲା ଗାଈଗୋରୁ ତଥା ଜୀବଜନ୍ତୁ ମାନେ ତୃଷ୍ଣା ମେଣ୍ଟାଇବା ପାଇଁ ଡହକ ବିକଳ ହେଉଛନ୍ତି । ତେବେ ମଣିଷଙ୍କ ପାଇଁ ସମସ୍ତେ ଚିନ୍ତା ପ୍ରକଟ କରୁଥିବା ବେଳେ କଥା କହିପାରୁନଥିବା ଏହି ନିରୀହ ପ୍ରାଣୀ ମାନଙ୍କ କଷ୍ଟ ପ୍ରଶାସନର ଦୃଷ୍ଟି ଅଢୁଆଳରେ ରହିଯାଉଛି । ଯଦି ତ୍ୱରିତ ତାଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାନଯିବ, ତା’ହେଲେ ୧୦ ହଜାରରୁ ଅଧିକ ବୁଲା ଗାଈଗୋରୁ ତଥା ଜୀବଜନ୍ତୁ ଅଂଶୁଘାତର ଶିକାର ହୋଇ ପ୍ରାଣ ହରାଇବାର ସମ୍ଭାବନା ରହିଛି । ତେଣୁ ଏସ୍‌ପିସିଏକୁ କଡାକଡି ଭାବରେ କାର୍ଯ୍ୟକାରୀ କରି ଜିଲ୍ଲାର ବୁଲା ଗାଈଗୋରୁ ତଥା ଜୀବଜନ୍ତୁଙ୍କୁ ଗ୍ରୀଷ୍ମ ଦାଉରୁ ସୁରକ୍ଷିତ ରଖିବା ନିମିତ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଭିଏଚ୍‌ପି ନେତା ଶ୍ରୀ କୁସୁମ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

five + sixteen =