pakka

ତେଣ୍ଡାପଦରଠାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଳିଆପାଲି ପଞ୍ଚାୟତ ତେଣ୍ଡାପଦର ଗ୍ରାମରେ ଷୋହଳ ପ୍ରହରୀ ନାମ ଯଜ୍ଞ ଉଦ୍‌ଯାପିତ ହୋଇଯାଇଅଛି । ଷୋହଳ ପ୍ରହର ନାମଯଜ୍ଞରେ ପ୍ରଥମେ କଳସ ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ପୂଜା କର୍ତ୍ତା ଭାବରେ ଶ୍ରଦ୍ଧାକର ବରିହା ଓ ତାଙ୍କ ଧର୍ମପତ୍ନୀ ବୈଦେହୀ ବରିହା ଓ ପୂଜକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଷଢଙ୍ଗୀ ପୂଜାର୍ଚ୍ଚନା ସହ ନାମଯଜ୍ଞ କାର୍ଯ୍ୟ ନିର୍ବାହ କରିଥିଲେ । ତେଣ୍ଡାପଦର ଗ୍ରାମବାସୀ ଓ ପୂଜା କମିଟି ପକ୍ଷରୁ ସୂଚାରୁ ରୂପେ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରତେହ ଦିନ ଭକ୍ତମାନଙ୍କ ପ୍ରବଳ ସମାଗମ ହୋଇଥିଲା । ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ଓ ଜଳଛତ୍ର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

1 + 20 =